ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ନରସିଂହ ପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୟା ହାଟ
ଗୋପ-୦୪/୦୭/୨୫ (ତୀର୍ଥ କ୍ଷେତ୍ର)ଗୋପ ବ୍ଲକ ଅନ୍ତର୍ଗତ ଧୂମାଳ ପଞ୍ଚାୟତ ନରସିଂହ ପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୟା ହାଟ ବରିଷ୍ଠ ଶିକ୍ଷକ ଙ୍କ ଅବସର ନେଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ କୃତ୍ତି ବାସ ଦାସ ଙ୍କ ଅବସର ଗ୍ରହଣ ନିମନ୍ତେ ତାଙ୍କୁ ମିଳିତ ଭାବେ ସମ୍ବର୍ଦ୍ଧିତ କରାଯାଇଛି ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ପ୍ରମୋଦ କୁମାର କର ମୁଖ୍ୟ ବକ୍ତା ମଙ୍ଗଳା ମନ୍ଦିର ଟ୍ରଷ୍ଟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ ଧୂମାଳ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମୋନାଲିସା ସିଂହ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଗୋପ ଶ୍ରୀ ମତୀ ବିନୋଦିନୀ ମହାପାତ୍ର ସମିତି ସଭ୍ୟା ଧୂମାଳ ଗ୍ରାମ ପଞ୍ଚାୟତ ଶ୍ରୀ ମତୀ ଭାନୁମତୀ ମାଣିକ ନାଏବ ସରପଞ୍ଚ ଧୂମାଳ ଗ୍ରାମ ପଞ୍ଚାୟତ ଶ୍ରୀ ଯୁକ୍ତ ଅଶୋକ କୁମାର ସାହୁ ସାଧାରଣ ସମ୍ପାଦକ ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିୟନ ଶ୍ରୀ ଯୁକ୍ତ ଶିବଦତ୍ତ ନାୟକ ସଭାପତି ଶିକ୍ଷକ ସମନ୍ୱୟ ସମିତି ଗୋପ ଶ୍ରୀଯୁକ୍ତ ଅଜୟ କୁମାର ରଥ ସମ୍ପାଦକ ଶିକ୍ଷକ କାର୍ଯ୍ୟ କାରୀ ସଭାପତି ଶିକ୍ଷକ ସମନ୍ୱୟ ସମିତି ଗୋପ ଶ୍ରୀଯୁକ୍ତ ପବିତ୍ର ମୋହନ ନାୟକ ସଭାପତି ସମବାୟ ସମିତି ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଯୁକ୍ତ ମକରେଶ୍ଵର ପାଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ବିଜୟ କୁମାର୍ ପରିଡ଼ା ସମାଜ ସେବୀ ଶ୍ରୀ ଯୁକ୍ତ ଅଭିମନ୍ୟୁ ସିଂହ ସଭାପତି ଏନ୍ ପିସ୍ ଗୋପ ଶ୍ରୀ ଯୁକ୍ତ ଜଳନ୍ଧର ବେହେରା ସମ୍ପାଦକ ଏନ୍ ପି ଏସ୍ ଗୋପ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ବିଶ୍ବାଳ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶିଙ୍ଗପାନିଆଁ ଶ୍ରୀ ମତୀ ସୁଚରିତା ପାତ୍ର ସଭାପତି ବିଦ୍ୟାଳୟ ପରିଚାଳନା କମିଟି ଶ୍ରୀ ଯୁକ୍ତ କାହ୍ନୁ ଚରଣ ନାୟକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରସିଂହପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରୀ ଯୁକ୍ତ ନିରଞ୍ଜନ ସ୍ଵାଇଁ ସମ୍ପାଦକ ଶିକ୍ଷକ ସମନ୍ଵୟ ସମିତି ଗୋପ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ର ପ୍ରମୁଖ ଯୋଗ ଦେଇଥିଲେସର୍ଵ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବ ଆରମ୍ଭ ହୋଇଥଲା। ବିଦ୍ୟାଳୟର କୁନି ପିଲାଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ସହ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ରୀଯୁକ୍ତ କୃତ୍ତି ବାସ ଦାସ ତାଙ୍କର ଶିକ୍ଷକତା ସମୟରେ ଅତ୍ୟନ୍ତ ସ୍ନେହୀ, ଛାତ୍ରବତ୍ସଲ ଓ ଜଣେ ଆଦର୍ଶ ଶିକ୍ଷକ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ତାଙ୍କର ଅବସର ଜୀବନ ସୁଖମୟ ଓ ଆନନ୍ଦମୟ ହେବାକୁ ଅତିଥି ମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ କୃତ୍ତି ବାସ ଦାସ ଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମବାସୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମାନପତ୍ର, ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଶୁଭ କାମନା କରିଥିଲେ। ଏହି ଉତ୍ସବକୁ କ୍ଲଷ୍ଟର ସିଆରସିସି ସୁଚରିତା ପାତ୍ର ସଂଯୋଜନା ଓ ପରିଚାଳନା କରିଥିଲେ। ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।
