ପୂର୍ବତନ ନାୟବ ସରପଞ୍ଚ ବିଦ୍ୟୁତ ପ୍ରଭା ଦାସ ଙ୍କ ବିୟୋଗରେ ଶୋକ

ପୂର୍ବତନ ନାୟବ ସରପଞ୍ଚ ବିଦ୍ୟୁତ ପ୍ରଭା ଦାସ ଙ୍କ ବିୟୋଗରେ ଶୋକ। ରଘୁନାଥପୁର =ରଘୁନାଥପୁର ବ୍ଲକ ଅଞ୍ଚଳର ଜଣାଶୁଣା ଜନସେବିକା ତଥା ପୁରୁଣାବସନ୍ତ ପଞ୍ଚାୟତର ପୂର୍ବତନ ନାୟବ ସରପଞ୍ଚ ଧର୍ମପରାୟଣ ମହିଳା ବିଦ୍ୟୁତ୍ ପ୍ରଭା ଦାଶ ଙ୍କ ପରଲୋକ ଘଟିଛି। ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଆଦର୍ଶ ଗୃହିଣୀ ଓ ସମାଜସେବୀକା ଥିଲେ।ତାଙ୍କ ଦେହାନ୍ତ ଖବରପାଇ କଂଗ୍ରେସ ନେତା ଈଂ ହିମାଂଶୁ ଭୁଷଣ ମଲ୍ଲିକ, ପୁରୁଣାବସନ୍ତ ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଚରଣ ମହାନ୍ତି , ସମାଜସେବୀ ଅଭିରାମ ପଣ୍ଡା, ପୁର୍ବତନ ସରପଞ୍ଚ ଅକ୍ଷୟ ମିଶ୍ର ଓ ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶ କରି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ।ତାଙ୍କର ମରଶରୀର କୁ ପୁରୀ ଶ୍ରୀକ୍ଷେତ୍ର ସ୍ବର୍ଗ ଦ୍ବାର କୁ ନିଆଯାଇ ସେଠାରେ ଅନ୍ତେଷ୍ଟ୍ କ୍ରିୟା ସମ୍ପନ୍ନ କରା ଯାଇଥିଲା।ଏଥିରେ ତାଙ୍କର ପୁତ୍ର କମଳାକାନ୍ତ ଦାଶ, ବିମଳା କାନ୍ତ ଦାଶ, ଶ୍ୟାମଳl କାନ୍ତ ଦାଶ, ଅମୂଲ୍ୟକୁମାର ଦାଶ ଓ କାମାକ୍ଷା ପ୍ରସାଦ ଦାସଶ ଙ୍କ ସମେତ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ, ନାତି ନାତୁଣୀ ଓ ପଡ଼ୋଶୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଆସନ୍ତା ୧୧ ତାରିଖ ଦିନ ତାଙ୍କର ଏକାଦଶାହ ଉପଲକ୍ଷେ ଶୋକସଭା ର ଆୟୋଜନ କରାଯାଇଛି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *