୧୦୦ ଶଯ୍ୟା ବିଶିଷ୍ଠ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀ ନିବାସ ଶୁଭ ଉଦଘାଟନ
।
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପଙ୍ଗାତିରା ପରିସର ରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଠ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀ ନିବାସ ଶୁଭ ଉଦଘାଟନ ହୋଇଅଛି ।ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଜାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଶୁଭ ଉଦଘାଟନ ଦେଇଥିଲେ ।ଛାତ୍ରୀ ନିବାସ ଉଦଘାଟନ ହେବା ଦ୍ୱାରା ପଙ୍ଗାତିରା ବ୍ୟତିତ ଆଖପାଖ ୧୦ ଟି ଗ୍ରାମ ପଂଚାୟତର ଜନ ସାଧାରଣ ଉପକୃତ ହେବା ସହ ପଡୋଶୀ ଜିଲ୍ଲା ଯାଜପୁର ଓ କେନ୍ଦୁଝର ର କେତେକ ଶିକ୍ଷାର୍ଥୀ ଲାଭବାନ ହୋଇ ପାରିବେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।ଏହି ଛାତ୍ରୀ ନିବାସ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇ ଛାତ୍ରୀ ନିବାସଟି ଛାତ୍ରୀ ମାନଙ୍କ କୃତିତ୍ୱକୁ ରାଜ୍ୟ ସ୍ତରରେ ପ୍ରତିପାଦିତ କରିବାର ଯଥେଷ୍ଟ ସହାୟକ ହେବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପରିଜା ମତବ୍ୟକ୍ତ କରିଥିଲେ ।ଏହି ଛାତ୍ରୀ ନିବାସରେ ମାଗଣାରେ ଖାଦ୍ୟ,ପୋଷାକ ,ଔଷଧ ,ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ସେମାନଙ୍କ ଶୈକ୍ଷିକ ବିକାଶ ଦିଗରେ ସମ୍ପୂର୍ଣ୍ଣ ସହାୟକ ହେବ ବୋଲି ଜଣା ପଡ଼ିଛି।ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ଯଶୋବନ୍ତ ଦେହୁରୀ,ବିଜେପି ଜିଲ୍ଲା ସଭାପତି ରାସ ବିହାରୀ ବେହେରା,ଜିଲ୍ଲା ପରିଷଦ ସଦସ୍ୟ ନବକିଶୋର ସାହୁ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ପଙ୍ଗାତିରା ସରପଞ୍ଚ କରୁଣାକର ସାହୁ,ପଙ୍ଗାତିରା ସମିତି ସଦସ୍ୟା ପୁଷ୍ପାଞ୍ଜଳି ପ୍ରଧାନ,ପଙ୍ଗାତିରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ ଓ ମଙ୍ଗଳ ବିଭାଗ ପକ୍ଷରୁ ସହଯୋଗ କରିଥିଲେ ।
