ଆର. ଡି ଅଫିସ ସମ୍ମୁଖ ରାସ୍ତା ଶୋଚନୀୟ।

ନିମାପଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ କାର୍ଯ୍ୟାଳୟ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ। ତେବେ ସବୁଠାରୁ ବଡ଼ କଥା ହେଲା ଯେଉଁ ବିଭାଗ ନିଜେ କୋଠାବାଡ଼ି ରାସ୍ତା ନିର୍ମାଣ କରୁଛି। ତାର କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଅବସ୍ଥା ଶୋଚନୀୟ ହେଇଛି। ସିଏ କିଛି କରି ପାରୁନି। ତେବେ ସୂଚନା ମୁତାବକ ରାସ୍ତାଟି ଆର. ଡି ବିଭାଗ ଅଧିନରେ ନ ଥିବାରୁ ବିଭାଗ ହାତବାନ୍ଧି ବସିଛି। ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ଆସୁ ଥିବାରୁ ପୂର୍ତ୍ତ ବିଭାଗ ଏହି ରାସ୍ତାଟି ନିର୍ମାଣ କରିବା କଥା। ତେବେ ବିଭାଗ ଏବେ ନୀରବଦ୍ରଷ୍ଠା ସାଜି ବସିଛି। ଏପଟେ ରାସ୍ତାଟି ସମ୍ପୂର୍ଣ ଖାଲଖମାରେ ଭର୍ତ୍ତି ହୋଇଯାଇଛି। ଏହା ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତେକ ଦିନ ଶହ ଶହ ଗାଡି ମଟର ଯିବା ଆସିବା କରିଥାଏ। ଏହି ରାସ୍ତା ଦେଇ ନିମାପଡ଼ା କୋର୍ଟ, ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଏନ. ଏସି, ଥାନା, ସ୍କୁଲ, କଲେଜ, ଡାକ୍ତରଖାନା, ହାଟକୁ ଯିବାକୁ ପଡିଥାଏ। ତେବେ ଏହି ରାସ୍ତା ଏବେ ଖାଲଖମାରେ ଭର୍ତ୍ତି। ଯେଉଁଥିପାଇଁ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି। ପୂର୍ତ୍ତ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *