ବାହୁଡ଼ା ଯାତ୍ରାରତ୍ନବେଦିକୁ ଫେରିଲେ ମହାପ୍ରଭୁ

ରତ୍ନବେଦି ଛାଡ଼ି ଜନ୍ମବେଦିକୁଯାଇଥିଲେ ମହାପ୍ରଭୁ। ଲୀଳାଖେଳା କରି ୯ଦିନର ଯାତ୍ରା ଶେଷ କରି ଶନିବାର ମାଉସୀ ମା’ଘରୁ ପୋଡ଼ ପିଠା ଖାଇ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ। ବଡ଼ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ସୁଭ୍ରଦାଙ୍କୁ ସାଥ୍‌ରେ ଧରି ବାହୁଡ଼ିବେ କାଳିଆ ସାଆନ୍ତ । ପବିତ୍ର ବାହୁଡ଼ା ଉପଲକ୍ଷେ ଭଦ୍ରକ ର ସମସ୍ତ ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ ହୋଇଥିବାବେଳେ ମନ୍ଦିର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସକାଳୁ ନୀତିକାନ୍ତି ସରିବା ପରେ ତିନି ଠାକୁର ପହଣ୍ଡି ହୋଇ ରଥରେ ବିରାଜମାନ କରିବେ। ପରେ ଆରମ୍ଭହେବ ରଥଟଣା। ଭକ୍ତମାନେ ଟାଣି ଟାଣି ଥରକୁ ମନ୍ଦିର ପର୍ଯ୍ୟନ୍ତ ନେବେ । ବାହୁଡ଼ାଯାତ୍ରାର ପୂର୍ବ ସନ୍ଧ୍ୟାରେ ଆଜି ସନ୍ଧ୍ୟାଦର୍ଶନ ଥିବାରୁ ମାଉସୀ ମା’ଙ୍କ ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଶ୍ରଦ୍ଧାକୁଙ୍କୁ ପ୍ରସାଦ ବଣ୍ଟନହେଉଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉମାନଙ୍କ ଦର୍ଶନ କରିଥିଲେ । । ମାଉସୀ ମା’ ବାଡ଼ିରେ ୯ ଦିନ ଧରି ରହିଥିଲେ ମହାପ୍ରଭୁ ।ଆଜି ଏହି ସବୁ ସ୍ଥାନରେ ପହଣ୍ଡି ହୋଇ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *