ଡାଇରିଆ ପରିସ୍ଥିତି ସମୀକ୍ଷା

ଡାଇରିଆ ପରିସ୍ଥିତି ସମୀକ୍ଷା ପାଇଁ
ରାଜ୍ୟ ସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ଦୁଇ ଦିନିଆ ରାୟଗଡ଼ ଗସ୍ତ
ରାୟଗଡ଼-୫/୭-ଆଞ୍ଚଳିକ ଖବର କାଗଜରେ ପ୍ରକାଶିତ ଡାଇରିଆ ପରିସ୍ଥିତି ସମୀକ୍ଷା କରିବା ନିମନ୍ତେ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜନ ସ୍ୱାସ୍ଥ୍ୟ ଵିଭାଗର ବରିଷ୍ଠ ଚିକତ୍ସା ଅଧିକାରୀ ଡା ମଦନ ମୋହନ ପ୍ରଧାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ କାର୍ଯ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅଦ୍ୱେତ ପ୍ରଧାନ ଏବଂ ଗ୍ରାମୀଣ ଜଳ ଯୋଗାଣ ବିଭାଗ ତରଫରୁ ମୁଖ୍ୟ ଯନ୍ତ୍ରୀ ଶ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ ଓ ଲାବ ଆସିଷ୍ଟାଣ୍ଟ ଶ୍ରୀ ଅବନୀ କୁମାର ବରାଳ ମିଳିତ ଭାବେ ଗତ ୩-୪ ଜୁଲାଇରେ ଦୁଇ ଦିନିଆ ରାୟଗଡ଼ ଗସ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଅଧିକାରୀ ମାନେ ରାଜ୍ୟ ଅଧିକାରୀଙ୍କ ସହିତ ପ୍ରମୁଖ ସ୍ଥାନ ଗୁଡିକୁ ଗସ୍ତ କରିଥିଲେ ।
ବରିଷ୍ଠ ଅଧିକାରୀମାନେ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଗ୍ରାମାଞ୍ଚଳ ସ୍ତରରେ ଡାଇରିଆ ଓ ମ୍ୟାଲେରିଆର ନିବାରଣ ନିମନ୍ତେ ପ୍ରସ୍ତୁତି , କାର୍ଯ୍ୟପନ୍ଥା ଏବଂ ଏହାର ନିବାରଣ ନିମନ୍ତେ କାର୍ୟ୍ଯନ୍ଵୟନ ସ୍ଥିତି ଯାଞ୍ଚ କରିବା ନିମନ୍ତେ ରାୟଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ରେ ଆସିଥିଲେ । ଖବର କାଗଜରେ ପ୍ରକାଶିତ ଅଂଚଳ ଗୁଡିକୁ ଗତ ୩ ତାରିଖ ଦିନ ରାୟଗଡ଼ ବ୍ଲକର କୁଲି, କାନ୍ଦିଲି ଓ ପିତାମହଲ ଗ୍ରାମ ପରିଦର୍ଶନ କରିଥିବା ବେଳେ କୋଲନରା ବ୍ଲକ ର ସୁରି ଅଂଚଳ ପରିଦର୍ଶନ କରିଥିଲେ ।ସେମାନେ ଗ୍ରାମବାସୀ ତଥା ପ୍ରକାଶିତ ଖବରରେ ଉଲ୍ଲେଖ ଥିବା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭେଟିଥିଲେ । ସମସ୍ତ ପରିସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରି ଡାଇରିଆ ପରିସ୍ଥିତି ଉପୁଜିନଥିବା ସେମାନଙ୍କ ନଜରକୁ ଆସିଥିଲା | ଏପରିକି ସେହି ଅଂଚଳ ମାନଙ୍କରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ରୋଗୀ ଥିବା ସୂଚନା ମଧ୍ୟ ମିଳି ନ ଥିଲା ।ପରବର୍ତୀ ସମୟରେ ରାଜ୍ୟ ଅଧିକାରୀମାନେ ଉକ୍ତ ଅଂଚଳର ଲୋକମାନଙ୍କ ସହ ଏକ ସାଧାରଣ ସଭା କରି ଗ୍ରାମବାସୀଙ୍କୁ ବ୍ୟାପକ ସତର୍କତାର ଅବଲମ୍ବନ କରିବା ପାଇଁ ସୁଚାଇଥିଲେ ।ମାଛି ବସା, ପଚାସଢା ଓ ବାସୀ ଖାଦ୍ଯ ନ ଖାଇବା ପାଇଁ, ଦୂଷିତ ନଳକୂପ ପାଣି ନ ପିଇ ପାଣି ଫୁଟାଇ ପିଇବାପାଇଁ କହିବା ସହିତ ନିଜ ଗ୍ରାମ ତଥା ଘର ଆଖ ପାଖ ଅଂଚଳ କୁ ପରିସ୍କାର ପରିଚ୍ଛନ ରଖିବା ପାଇଁ କହିଥିଲେ ।
ରାଜ୍ୟ ଅଧିକାରୀମାନେ ସେମାନଙ୍କ ଗସ୍ତର ଦ୍ୱିତୀୟ ଦିନ କାଶୀପୁର ବ୍ଲକ ର ଟିକିରି ଅଂଚଳ ଏବଂ ଅନ୍ୟ ହଇଜା ପ୍ରବଣ ଗ୍ରାମ ଗସ୍ତ କରିଥିଲେ । ଅଧିକାରୀ ମାନେ ହଇଜା ପ୍ରବଣ ଗ୍ରାମ କୋରାପୁଟ ସାହି, ଝୋଡିଆ ସାହି, ହରିଜନ ସାହି, ଟିକରାପଡା, ମାଇକଞ୍ଜ , ଦୁଡୁକାବାହାଲ ଓ ଶଂକରଡା ଗ୍ରାମ ପରିଦର୍ଶନ କରି ଡାଇରିଆ ଓ ମ୍ୟାଲେରିଆର ନିବାରଣ ନିମନ୍ତେ ପ୍ରସ୍ତୁତି , କାର୍ଯ୍ୟପନ୍ଥା ଅନୁଧ୍ୟାନ କରିଥିଲେ । ଡାଇରିଆ ଓ ମ୍ୟାଲେରିଆ ମୁକାବିଲା ନିମନ୍ତେ ସମସ୍ତ ଗ୍ରାମ ପ୍ରାୟ ସଚେତନ ଥିବା ଜାଣିବାକୁ ପାଇଥିଲେ ।ଡାଇରିଆ ନିବାରଣ ଅଭିଯାନ ଯାହା ଗତ ଜୁନ ମାସ ୧୬ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହି ଅଭିଯାନ ଚଳିତ ମାସ ୩୧ ତାରିଖ ଯାଏଁ ଚାଲୁ ରହିବ | ଏହି ଅଭିଯାନ ସମୟରେ ଗୋଷ୍ଠୀ ସ୍ତରରେ କିପରି ଡାଇରିଆର ସଂକ୍ରମଣକୁ ପ୍ରତିରୋଧ କରଯାଇ ପାରିବ ସେଥିପାଇଁ ଉନ୍ନତ ପରିମଳ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ପରିଷ୍କାର ପରିଚ୍ଛନତା , ହାତ ଧୁଆ ଅଭ୍ଯାସ ଓଆରଏସ ର ବ୍ୟବହାର ଭଳି ପ୍ରସଙ୍ଗ ଉପରେ ଆଶା, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ ଘର ଘର ବୁଲି ପରାମର୍ଶ ଦେବା ସହିତ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମାଞ୍ଚଳରେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ସୁଚାରୁ ରୂପେ ଚାଲୁ ରଖିଛନ୍ତି ।ଏପରିକି ମ୍ୟାଲେରିଆ ନିବାରଣ ନିମନ୍ତେ ସମସ୍ତଙ୍କ ନିକଟରେ ଔଷଧ ବୁଡା ମଶାରୀ (LLIN ) ମହଜୁଦ ଥିବା ଜାଣିବାକୁ ପାଇଥିଲେ କିନ୍ତୁ ଏହାର ପ୍ରତ୍ୟହ ବ୍ୟବହାର ବିଶେଷ ଭାବେ କମ ଥିବା ଜାଣିବାକୁ ପାଇଲେ । ଗ୍ରାମବାସୀଙ୍କୁ ଏହାର ନିୟମିତ ବ୍ୟବହାର କରିବା ପାଇଁ ସଚେତନ କରିଥିଲେ ।ଶେଷରେ ଶଂକରଡ଼ା ଗ୍ରାମରେ ଆୟୋଜିତ ଦମନ ଶିବିର ବୁଲିଦେଖିଥଲେ ।
ଗସ୍ତ ଶେଷରେ ଅଧିକାରୀ ସେମାଙ୍କର ଦୁଇଦିନିଆ ଗସ୍ତର ଅନୁଧ୍ୟାନ ତଥ୍ୟ ଜିଲ୍ଲାପାଳଙ୍କ ସମୁଖରେ ଉପସ୍ଥାପନା କରିଥିଲେ । ଏହି ସମ୍ପର୍କିତ କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିବା ସହ ଡାଇରିଆ ଓ ମ୍ୟାଲେରିଆ ନିବାରଣ କରିବା ପାଇଁ ଏହାର ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସମସ୍ତ ସରକାରୀ ବିଭାଗ ଓ ବେସରକାରୀ ସଂସ୍ଥା ତଥା ଗଣମାଧ୍ୟମ ମିଳିତ ଭାବେ ସହଯୋଗ କରିବା ନିମନ୍ତେ ମଧ୍ୟ ଅନୁରୋଧ କରିଥିଲେ ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *