ଫୁଲବାଣୀ ରେ ବହୁ ଆଡ଼ମ୍ବରରେ ପାଳନ ହେଲା ବାହୁଡ଼ା ଯାତ୍ରା ।
କନ୍ଧମାଳ ତା ୦୫/୦୭/୨୦୨୫ ଫୁଲବାଣୀ ଆଜି ସ୍ଥାନୀୟ ମ।ଦିକୁ ନ୍ଦା ମାଉସୀ ମା ମନ୍ଦିର ଜନ୍ମ ବେଦିରୁ ୯ ଦିନ ଲୀଳାଖେଳା ଶେଷ କରି ଗୁଣ୍ଡିଚା ମନ୍ଦିରରୁ ରତ୍ନ ବେଦୀ ଅଭିମୁଖେ ଦିବ ୧, ଘଣ୍ଟିକ। ୧୮ ମିନିଟ୍ ସମୟରେ ମହାପ୍ରଭୁ ବାହୁଡ଼ି ବା ଆରମ୍ଭ କରିଥିଲେ ।ଏହି ବାହୁଡ଼ା ଉତ୍ସବରେ ଫୁଲବାଣୀର ବିଭିନ୍ନ କୀର୍ତ୍ତନ ଥଳ, ଗୌଡବ।ଡ଼ି ,ଖଉଡ। ସମାଜ ର ସୁନ୍ଦର ଘଣ୍ଟ ନାଦ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ , ସହରର ବିଭିନ୍ନ ସ୍ଥାନରେ ମିଠା ଭୋଗ ବଣ୍ଟନ, ସାଙ୍ଗକୁ ହଜାର ହଜାର ଭକ୍ତଙ୍କ ଗହଣରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବାହୁଡ଼ା ଯାତ୍ରା ହୋଇ। ଫୁଲବାଣୀର ବିଭିନ୍ନ ଗାଁ ଗହଳିର ହଜାର ହଜାର ଭକ୍ତ ମହ।ବ।ହୁଙ୍କ ରଥ ଟାଣି ମୁକ୍ତି ପାଇବା ପାଇଁ ଭକ୍ତ ମାନକ ମଧ୍ୟରେ ପ୍ରତିଦନ୍ଦିତ। ଦେଖିବାକୁ ମିଳିଥିଲା । ବାଳକଙ୍କ ଠାରୁ ଆରମ୍ଭ କରି ବୁଡ଼।, ବୁଡି, ଯୁବକ, ଯୁବତୀ, ସମସ୍ତେ ଜୟ ଜଗନ୍ନାଥ ଧୋନି ରେ ଫୁଲବାଣୀ ସହର ପ୍ରକଂପିତ ହେଇଥିବା ଦେଖିବାକୁ ମିଳିଥିଲା ।ପୋଲିସ ବାହିନୀର ସୁଦର୍ ରଥ ଟଣା ଦୃଶ୍ୟ ଅତି ଚମତ୍କାର ଲାଗୁଥିଲା ,ଶେଷର ଚତୁର୍ଦ୍ଧା ମୂର୍ତ୍ତି ଫୁଲବାଣୀ ଶ୍ରୀ ମନ୍ଦିରରେ ଅତି ଆନନ୍ଦ ସହିତ ଶ୍ରୀ ମନ୍ଦିରରେ ପହଞ୍ଚି ଥିଲା ।
