ସାପ କାମୁଡ଼ାରେ ଚାଷୀ ମୃତ

ଢେଙ୍କାନାଳ: ୦୧/୦୫– ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି କନ୍ତୋର ଗାଁର ରୋହିତ କୁମାର ସାହୁ । ରୋହିତ ଗାଁ ପାଖ ଭଗିପଶି ନିକଟରେ ଥିବା ଚାଷ ଜମିକୁ ଯାଇଥିବା ବେଳେ ସାପ କାମୁଡ଼ାରେ ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *