ବାଲିଗୁଡା ଆଦିବାସୀ କଲେଜରେ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସମ୍ପର୍କରେ ଆଲୋଚନା ଚକ୍ର ।
କନ୍ଧମାଳ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ସଭାପତିତ୍ୱରେ ସ୍ୱଛାସେବୀ ଅନୁଷ୍ଠାନ ଫାରେଲ ପକ୍ଷରୁ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଫାରେଲ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଅମିତ ନାୟକ ଵିଶ୍ୱ ପ୍ରାକୃତିକ ସମ୍ପଦ ସଂରକ୍ଷଣ ଦିବସ ୨୦୨୫ ପାଳନ ଅବସରରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ପରିବେଶ ସନ୍ତୁଳନକୁ ସୁରକ୍ଷିତ କରିବାକୁ ବିଭିନ୍ନ ପ୍ରକାର ପ୍ରାଣୀ ଓ ଉଦ୍ଭିଦର ସହାବସ୍ଥାନକୁ ସୂଯୋଗ ଦେଲେ ଜୈବ ବିବିଧତା ସୁରକ୍ଷିତ ରହିପାରିବ ବୋଲି କହିଥିଲେ। ବିଶ୍ୱ ତାପମାତ୍ରା ବୃଦ୍ଧି ନେଇ ସମସ୍ତେ ଚିନ୍ତିତ।ପ୍ରଦୂଷଣ ମୁକ୍ତ ଜୀବନ ସମସ୍ତେ ଜୀଇଁବାକୂ ଚାହାନ୍ତି।ବିକଶିତ ଦେଶଗୁଡିକ ସହ ୧୦ପ୍ରତିଶତ ବିତଶାଳୀ ଭାରତୀୟ ଅଧିକ ଅଙ୍ଗାରକାମ୍ଳ ଛାଡୁଥିବାରୁ ତାପମାତ୍ରା ବୃଦ୍ଧି ହେଉଛି। ବିଶ୍ୱର ୫୪ଟି ଦେଶ ୫୫% ଅଙ୍ଗରକାମ୍ଲ ତ୍ୟାଗ କରିବା ଫଳରେ ବିଶ୍ୱତାପମାତ୍ରା ଉପରେ ଅଧିକ ପ୍ରଭାବ ପଡିବାରୁ ଜଳବାୟୁ ପରିବର୍ତ୍ତନ ହେଉଛି।ଯାହା ଫଳରେ ବରଫ ତରଳି ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି।ଫଳରେ ପ୍ରଶାନ୍ତ ମହାସାଗରରେ ୩୪ଟି ଛୋଟ ଦୀପ ବୁଡିଯିବାକୁ ବସିଲାଣି।ଓଡ଼ିଶାର ସାତଭାୟା ଅଞ୍ଚଳରେ ସାତଟି ଗାଁ ପାଣିରେ ବୁଡିଗଲାଣି।ମଣିଷ ନଜର ଦୈନନ୍ଦିନ ଆବଶ୍ୟକତା ପୂରଣ ଓ ବିଳାସ ବ୍ୟସନ ପାଇଁ ପ୍ରତିଦିନ ଜଙ୍ଗଲ କାଟିବା ସହ ପ୍ରକୃତି ଉପରେ ଦାଉ ସାଧୁଛି। ତେଣୁ ଏହାର ସୁରକ୍ଷା ଆବଶ୍ୟକ।ନଚେତ ଯୁବ ସମାଜ ବେଳହୁଁ ସାବଧାନ ନ ହେଲେ ଏ ପୃଥିବୀ ଧ୍ୱଂସ ମୁଖରେ ପଡିବ। ଅନେକ ପ୍ରକାରର ବନ୍ୟଜନ୍ତୁ ଓ ବହୁତ ବୃକ୍ଷ ରାଜି ବିଲୁପ୍ତ ପ୍ରାୟ।ଏହି ଅବସରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ସାହୁ ,ଅଧ୍ୟାପକ ଡ ବିଭୁତି ଭୂଷଣ ଆଚାର୍ଯ୍ୟ ,ସହକାରୀ ବନ ସଂରକ୍ଷକ ମିଲନ କୁମାର ବାଗ ଯୋଗଦେଇ ଜୈବ ବିବିଧତା ରକ୍ଷା ସହ ରାଷ୍ଟ୍ର ପାଇଁ ଯୁବ ସମାଜ ସମର୍ପିତ ହେବାକୁ ପରାମର୍ଶ ଦେଇଥିଲେ।ଜିଲାର ବରିଷ୍ଠ ସମାଜିକ କର୍ମୀ ଅଶୋକ ପରିଡା ଯୋଗ ଦେଇ ଜିଲାରେ ଦ୍ରୁତ ଜଙ୍ଗଲ କ୍ଷୟ ରୋକିବା, ଜଙ୍ଗଲ ସୁରକ୍ଷା କରିବା, ଜୈବ ବିବିଧତାର ସୁରକ୍ଷା, ଗାଁରେ ପରିବେଶ ସୁରକ୍ଷା, କନ୍ଧମାଳର ଭୃଗର୍ଭସ୍ଥ ଜଳସ୍ତର ବୃଦ୍ଧି ପାଇଁ ପଦକ୍ଷେପ ନେବା ଉପରେ ଯୁବ ସମାଜ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।ତିରିଶ ବର୍ଷ ତଳର ପ୍ରାକୃତିକ ପରିବେଶ ଓ ତାପମାତ୍ରା ସମ୍ପର୍କରେ ସୂଚନା ଦେଇ କନ୍ଧମାଳରେ ବର୍ଷା ରୂତୁର ତାପମାତ୍ରା ବୃଦ୍ଧି ଉପରେ ସୂଚନା ଦେଇଥିଲେ। କେନ୍ଦ୍ର ସରକାର ୧୯୮୦ଜଙ୍ଗଲ ଅଧିନିୟମରେ ପରିବର୍ତ୍ତନ କରି ୨୦୨୨ମସିହାର ସଂଶୋଧିତ ନିୟମରେ ଜଙ୍ଗଲକୁ ସିଧାସଳଖ କମ୍ପାନୀ ହାତକୁ ଟେକିଦେବାକୁ ଆଣିଥିବା ନିୟମରୁ ଓହରି ଜଙ୍ଗଲ ଜମି ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ନ ଦେବା ଆବଶ୍ୟକ ବୋଲି କହିଥିଲେ।କନ୍ଧମାଳରେ ବୃକ୍ଷ ହିଁ ଗରିବ ଲୋକର ଏ ସି ।ଗୋଟିଏ ପରିପକ୍ୱ ବୃକ୍ଷ ୪୦/୫୦ଲକ୍ଷ ଟଙ୍କା ରଉପକାର କରୁଥିବା ବେଳେ ୭-୮ଲକ୍ଷର ଅମ୍ଲଜାନ ଦେଇଥାଏ।ଏକ ହେକ୍ଟର ଜଙ୍ଗଲ ଏକ ବର୍ଷରେଏକ ମେଟ୍ରିକ ଟନ ଶୁଦ୍ଧ ଅମ୍ଲଜାନ ଦେଉଥିଲା ବେଳେ ୩ମେଟ୍ରିକ ଟନ ଦୂଷିତ ବାୟୁ ଆହରଣ କରେଓ ୩୦ମେଟ୍ରିକ ଟନ ଧୂଳିକଣା ଗ୍ରହଣ କରି ପ୍ରଦୂଷଣ ନିୟନ୍ତ୍ରଣ କରିଥାଏ। ଶେଷରେ ଅଧ୍ୟାପକ ହିମାଂଶୁ ଚରଣ ସାହୁ ଆୟୋଜକ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
