ଅବସର କାଳୀନ ସମ୍ବର୍ଦ୍ଧନା ସଭା
କାକଟପୁର-୨୯/୬- ପକାକଟପୁର ବ୍ଳକ ଶିକ୍ଷା ବିଭାଗ ଅଧିନସ୍ଥ ଧୋବେଇ ସାହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ଦୀକ୍ଷିତ,ଓ ମହମ୍ମଦ ୟାକୁବ ଏବଂ ୪ର୍ଥ ଶ୍ରେଣୀ କର୍ମଚାରୀ ଇମଦାଦ ଅଲ୍ଲିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ସ୍କୁଲର ପ୍ରଧାନ ଶିକ୍ଷକ ସୁଧାକର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।ମୁଖ୍ୟ ଅତିଥି, କାକଟପୁର ମଣ୍ଡଳ ଶିକ୍ଷାଧିକାରୀ ମନ୍ଦରଧର ମହାନ୍ତି, ମୁଖ୍ୟ ବକ୍ତା ସ୍କୁଲର ପ୍ରତିଷ୍ଠାତା ଉପେନ୍ଦ୍ର ସାହୁ, ସମ୍ମାନୀୟ ଅତିଥି ପୂର୍ବତନ ସମ୍ପାଦିକା ଡା ପ୍ରମିଳା ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ଵର ବିଶ୍ବାଳ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସେକ୍ ହାରିସ୍, ସଭାପତି ଏସ ଏମ ସି ଗୋପାଳ ସେଠୀ, ପ୍ରଧାନ ଶିକ୍ଷକ ଚନ୍ଦ୍ରମଣୀ ସ୍ବାଇଁ, ପ୍ରକାଶ ଚନ୍ଦ୍ର ଜେନା, ସେକ ଗୋଲାମ ଗସ୍, ଅକ୍ଷୟ କୁମାର ଖୁଣ୍ଟିଆ,ନିରଞ୍ଜନ ସାହୁ, ମାଲିକ ଅତାହାର ଓ କ୍ରିଡା ଶିକ୍ଷକ ସୟଦ ବାହାଦୁର ଅଲ୍ଲୀ ପ୍ରମୁଖ ଯୋଗଦେଇ ସ୍କୁଲରୁ ବିଦାୟ ନେଉଥିବା ସୁନାମ ଧନ୍ୟ ଶିକ୍ଷକ ଓ କର୍ମଚାରୀ ମାନଙ୍କର କର୍ତ୍ତବ୍ୟ ନିଷ୍ଠା, ଛାତ୍ରଛାତ୍ରୀ ବତ୍ସଳା,ଓ ଉତ୍ତମଗୁଣ, ସମୟାନୁବର୍ତ୍ତିତା ଉପରେ ଆଲୋକପାତ କରିଥିଲେ।ଶେଷରେ ମାନପତ୍ର, ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ଅବସର କାଳୀନ ବିଦାୟ ଦେଇଥିଲେ।
