ଆଶ୍ରମ ପରିଶରରେ ମହିଳା ଅନ୍ତେବାସିଙ୍କୁ ବାବାଙ୍କ ଦୂଷ୍କର୍ମ ଘଟଣା

କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମ ରେ ଆଶ୍ରମ ପରିସରରେ ମହିଳା ଅନ୍ତେବାସୀ ଙ୍କୁ ବାବା ଙ୍କ ଦ୍ୱାରା ଦୁଷ୍କର୍ମ ଘଟଣା l ଘଟଣା ସ୍ଥଳକୁ ପୀଡିତା ମହିଳା ଙ୍କୁ ନେଇ ସାଇଣ୍ଟିଫିକ ଟିମ ଓ ପୋଲିସ ର ଛାନଭିନ କରାଛି l ଦୁଷ୍କର୍ମ ଘଟଣା ସମ୍ପର୍କ ରେ ଅଧିକ ତଥ୍ୟ ସଂଗ୍ରହ କରୁଛି ପୋଲିସ l ମହିଳା ଙ୍କ ଅଭିଯୋଗ ପରେ ଗତକାଲି ସଂନ୍ଧ୍ୟା ସମୟ ରୁ କାମାକ୍ଷାନଗର ଥାନାରେ ବାବା ମଧୁ ମଙ୍ଗଳ ଦାସକୁ ଅଟକ ରଖାଯାଇଛି।ଆଶ୍ରମ ପରିସରକୁ ପିଡିତା ମହିଳାଙ୍କୁ ନେଇ ସେଠାରେ ଥିବା ରୁମ ଗୁଡିକୁ ଖୋଲିବା ତା ଭିତରେ କଣ ସବୁ ଚାଲିଥିଲା ସେ ବିଷୟରେ ପୂଙ୍ଖାନୁପୂଙ୍ଖ ଭାବେ ତଦନ୍ତ କରିଛି।ସାଇଣ୍ଟିଫିକର ଏକ ଟିମ ଓ ମହିଳା ପୋଲିସଙ୍କ ଉପସ୍ଥିତିରେ ପିଡିତା ସହ ବିସ୍ତୃତ ଭାବରେ କିପରି ସବୁ ଘଟଣା ଘଟିଥିଲା ସେବିଷୟରେ ସମସ୍ତ ତଥ୍ୟ ନେଇଛି।ଆଶ୍ରମରେ ଆଉ କେଉଁମାନେ ସବୁ ରହୁଥିଲେ,କଣ ସବୁ ଦୈନନ୍ଦିନର କାର୍ଯ୍ୟ ହେଉଥିଲା ସେ ବିଷୟରେ ମଧ୍ୟ ତଥ୍ୟ ନେଇଛି।ଦିର୍ଘ ୧୫ ବର୍ଷ ହେବ ବାବା ଏଠାରେ ରହି ଆଶ୍ରମ ଚଲାଇ ଆସୁଥିଲେ।ସୂଚନା ଅନୁସାରେ ଗତକାଲି ଆଶ୍ରମର ବାବା ମଧୁ ମଙ୍ଗଳ ଦାସ ଅନ୍ତେବାସି ମହିଳାଙ୍କୁ ଦୂଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ।ମହିଳା ଜଣଙ୍କ ଗତ କିଛି ଦିନ ହେବ ଆଶ୍ରମର ରହି ପ୍ରଥମେ ଠାକୁରଙ୍କୁ ପୂଜାର୍ଚନା କରିବା ସହ ମନ୍ଦିରର ଦାୟିତ୍ବ ନେଉଥିଲେ।କିନ୍ତୁ ପରେ ବାବା ତାଙ୍କୁ ସେଠାରେ ଥିବା ଭୋଜନାଳୟର ଦାୟିତ୍ବ ଦେଇଥିଲେ।ପରେ ଆଶ୍ରମ ପରିଶରରେ ତାଙ୍କୁ ଯୋର ଦବରଦସ୍ତି ଦୂଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା। ପୁଲିସ ତଦନ୍ତ କରି ବାବା ମଧୁ ମଙ୍ଗଳଙ୍କୁ କୋର୍ଟ ଚାଲାଣ କରାଯାଇଛି l

Leave a Reply

Your email address will not be published. Required fields are marked *