୩୩କେଭି ବିଦ୍ୟୁତ ତାର ସୣଷ୍ଟିକରୁଛି ବିପଦ

୩୩କେଭି ବିଦ୍ୟୁତ ତାର ସୣଷ୍ଟିକରୁଛି ବିପଦ।
ଅଞ୍ଚଳବାସୀ ଜିଲ୍ଲା ପାଳଙ୍କ ଜନ ଅଭିଯୋଗ ସୁଣାଣି ଶିବିରର ଦ୍ୱାରସ୍ଥ।
ରଘୁନାଥପୁର ତା ୧୭/୮:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳର ଗ୍ରାମ ଗୁଡିକରେ ୩୩କେଭି ବିଦ୍ୟୁ ତାର ସୣଷ୍ଟିକରିଛି ବିପଦ।ଦିର୍ଘ୫୦ବର୍ଷ ରୁ ଉର୍ଦ୍ଧହେବ ଜଗତସିଂହପୁର ସଦରମହକୁମାର କଣ୍ଟାପଡା ଠାରୁ ବାହାରି ଏହି ୩୩କେଭି ବିଦ୍ୟୁତ ତାର ତିର୍ତ୍ତୋଲ ପର୍ଯ୍ୟନ୍ତ ଲମ୍ବିଛି।ଜିବାବାଟରେ ଏହି ବିଦ୍ୟୁତ ଲାଇନ ରଘୁନାଥପୁର ବ୍ଲକ ବିଦ୍ୟାଧର ପୁର ପଞ୍ଚାୟତ ର ମଧ୍ୟଭାଗଦେଇ ଯାଇଥିବାରୁ ଏହି ଗ୍ରାମ ତଥା ଏହାର ଆଖପାଖ ଗ୍ରାମ ଗୁଡିକ ର ଜନଜୀବନ ପ୍ରତି ବାଜୁଛି ମୣତ୍ୟୁର ସତର୍କ ଘଣ୍ଟି।୫୦ ବର୍ଷପୂର୍ବେ ବିଦ୍ୟୁତ ଖୁଣ୍ଟ ଗୁଡିକ ଯେଉଁ ଉଚ୍ଚତାରେ ଥିଲା ତାହା ଏବେ ଆଉନାହିଁ।କାରଣ ଏବେ ଗ୍ରାମ୍ୟରାସ୍ଥା ଓ ବିଲବାଡି ଗୁଡିକ ଯଥେଷ୍ଟ ଉଚ୍ଚତା ଯୋଗୁ ଜନଜୀବନ କୁ ମୣତ୍ୟୁ ଆଡକୁ ଠେଲିନେଉଛି।ଅପରପକ୍ଷରେ ଏତେ ବର୍ଷ ର ଖୁଣ୍ଟତାର ପୁରୁଣା ହୋଇଥିଲବି ବିଦ୍ୟୁତ ବିଭାଗ ପକ୍ଷରୁ ଏହାର ପରିବର୍ତ୍ତନ ଓ ମରାମତି ଅଭାବରୁ ତାର ଗୁଡିକ ବିଲବାଡି,ରାସ୍ତା ଉପରେ ବିପଦ ସଂଙ୍କୁଳ ଅବସ୍ଥାରେ ଝୁଲିରହିଥିବାରୁ ଚାଷୀ ଉକ୍ତସ୍ଥାନ ମାନଙ୍କୁ ଭୟରେ ଯାଉନାହିଁ ଫଳରେ ଚାଷକାର୍ଯ୍ୟରେ ବାଧାସୣଷ୍ଟିକରୁଛି। ଆହୁରି ମଧ୍ୟ ଯେଉଁ ଯମିବାଡି ଦେଇ ବିତ୍ୟୁତତାର ଯାଇଛି ସେହି ସ୍ଥାନ ମାନଙ୍କରେ ଗ୍ରାମର ଲୋକମାନେ ଛାତଘର ଖଣ୍ଡେ ନିର୍ମାଣ କରିପାରୁନାହାଁନ୍ତି।ଯାହାକୁ ନେଇ ଗ୍ରାମଗୁଡିକରେ ଉତ୍ତୋଳନ ଦିନକୁଦିନ ବୣଦ୍ଧିପାଇବାରେ ଲାଗିଛି।ଏହି ବିବଦ ପୂର୍ଣ୍ଣ ବିଦ୍ୟୁତ ଲାଇନକୁ ଜନବସତି ଉପରୁ ହଟାଇବାପାଇଁ ଗତ ଅଗଷ୍ଟ୧୧ତାରିଖ ସୋମବାର ରଘୁନାଥପୁର ବ୍ଲକ ଠାରେ ଚାଲିଥିବା ଜିଲ୍ଲାପାଳ ଙ୍କ ଜନଅଭିଯୋଗ ଶିବୀରରେ ବିଦ୍ୟାଧର ପୁରପଞ୍ଚାୟତର ଯୁବନେତା ତଥା ସମାଜସେବୀ ରହିମ ଖାଁ ଓ ଅଜୟସାମଲ ଗ୍ରାମବାସୀ ଙ୍କ ପକ୍ଷରୁ ଅଭିଯୋଗ କରିଥିବା ଜଣାଯାଇଛି।ତେବେ ସରକାର ଓ ପ୍ରଶାସନ ଏଥିପ୍ରତି ଦୣଷ୍ଟିଦେଇ ଏହି ବିଦ୍ୟୁତ ଲାଇନକୁ ଅନ୍ୟତ୍ର ଉଠାଇ ନେବାପାଇଁ ଅଞ୍ଚଳ ପକ୍ଷରୁ ଦାବୀକରାଯାଇଛି।ଯଦି ସରକାର ତୁରନ୍ତ ଏହାକୁ ନହଟାନ୍ତି ତାହାଲେ ଅଞ୍ଚଳବାସୀ ଆନ୍ଦୋଳନ କୁ ଓଲ୍ଲାଇ ବେବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *