ବିଜେପି ପକ୍ଷରୁ ଜିଲ୍ଲାସ୍ତରୀୟ ବିଭାଜନ ବିଭୀଷିକା ସ୍ମୁତି ଦିବସ ପାଳନ ଓ ପଦଯାତ୍ରା

ଧର୍ମଶାଳା, ଯାଜପୁର ଜିଲ୍ଲା: ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକା ଠାରେ ଜିଲ୍ଲାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଧର୍ମଶାଳା ମହୋତ୍ସବ ପଡ଼ିଆ ଠାରୁ ଏକ ପଦଯାତ୍ରା ବାହାରି ଧର୍ମଶାଳା ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କୋରେଇ ବିଧାୟକ ଆକାଶ ଦାସ ନାୟକ, ରାଜ୍ୟ ବିଜେପି ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ବରିଷ୍ଠ ନେତା ଯତୀନ୍ ମହାନ୍ତି, ଗୌତମ ରାୟ, ଉମେଶ ଜେନା ଓ ନେତ୍ରୀ ବବିତା ମଲ୍ଲିକ ପ୍ରମୁଖ ଯୋଗ ଅଗଷ୍ଟ ୧୪ ଦେଶ ବିଭାଜନର ହ୍ରୁଦୟ ବିଦାରକ କାହାଣୀ ବର୍ଣ୍ଣନା କରିଥିଲେ।ଜିଲ୍ଲା ବିଜେପି ସଭାନେତ୍ରୀ ଦେବଯାନୀ ପ୍ରଧାନ ସଭାରେ ସଭାପତିତ୍ବ କରିଥିଲେ। ବିଜେପି ନେତା ନରୋତ୍ତମ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବାରବାଟୀ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା, ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଜାରକା ମଣ୍ଡଳ ସଭାପତି ଦେବଦତ୍ତ ପଣ୍ଡା, କୋତପୁର ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ବରିଷ୍ଠ ନେତା କାହ୍ନୁଚରଣ ଦାଶ, ପବିତ୍ର ଦାସ, ମୁରଲୀ ପାଣ୍ଡଵ, ଉପେନ୍ଦ୍ର କର, ଧର୍ମଶାଳା ବିଜେପି ଯୁବ ସଂଗଠକ ରାଜେଶ ପାଳ, ରବୀନ୍ଦ୍ର ବରାଳ, ନାରାୟଣ ମଲ୍ଲିକ, ତପନ ମାହୁନ୍ତ, ଆୟୁଷ୍ମାନ ପ୍ରିୟଦର୍ଶନଙ୍କ ସମେତ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଏବଂ ସମସ୍ତ କାର୍ଯ୍ୟକାର୍ତାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *