ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନର(DYFI )ର ସାଙ୍ଗଠନିକ ସମ୍ମିଳନୀ।
ଜିଲ୍ଲାରେ ଖାଲିପଦବୀ ପୂରଣ, ଆତ୍ମ ନିଯୁକ୍ତି ଯୋଜନାରେ ବ୍ୟାଙ୍କ ଋଣ, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସୁଧାର ,ଓ ଆଇନ ଶୃଙ୍ଖଳା ସୃଦୃଢ଼ ପାଇଁ ଜିଲାରେ ଯୁବ ଆନ୍ଦୋଳନ ଜୋରଦାର କରିବା ପାଇଁ DYFI ଜିଲ୍ଲା ସାଙ୍ଗଠନିକ ସମ୍ମିଳନୀରେ ଯୋଜନା କରାଯାଇଛି।ଆଜି ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ସଂଗଠନର ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ରାଜ୍ୟ ସଭାପତି ଯୁଧିଷ୍ଠିର ବେହେରା, ଶ୍ରମିକ ନେତା ପ୍ରତାପ ଚୌଧୁରୀ, ବାପୀନ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ସମ୍ପାଦକ ଅଜିତ ପାଣିଗ୍ରାହୀ ବିବରଣୀ ଉପସ୍ଥାପିତ କରିଥିଲେ।ପ୍ରଶାନ୍ତ ବିଶୋଇ, ପ୍ରଦୀପ ମଣ୍ଡଳ, ବୈରାଗୀ ବୈରାଗୀ ମଲିକ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।ଆଗାମୀ ଦିନ ପାଇଁ ଏକ ୧୧ ଜଣିଆ କମିଟି ଗଠନ କରାଯାଇଛି।ଏଥିରେ ଶ୍ରୀଧର ସ୍ବାଇଁକୁ ଆବାହକ ଭାବେ ନିର୍ବାଚିତ କରାଯାଇଛି।ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନ ପତାକା ଉତ୍ତୋଳନ କରିବା ସହିତ ସଭା ପରିଚାଳନା କରିଥିଲେ ଏବଂ ଅଗାମୀ ଅଗଷ୍ଟ ୩୦ ଓ୩୧ ରେ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।ଆଡଭୋକେଟ ଗୋକୁଳ ତ୍ରିପାଠୀ ଏକ ଦେଶ ପ୍ରେମୀ କବିତା ପାଠ କରିଥିଲେ।
