ସହିଦ ହୋଇଗଲେ ଯବାନ,ପାଲମହା ଅପରେସନ ସିନ୍ଦୁରରେ କାର୍ଯ୍ୟରତ ସମୟରେ ଘଟିଥିଲା ଘଟଣା
ସହିଦ ହୋଇଗଲେ ଯବାନ,ପାଲମହା ଅପରେସନ ସିନ୍ଦୁରରେ କାର୍ଯ୍ୟରତ ସମୟରେ ଘଟିଥିଲା ଘଟଣା l* ଘଟଣାରେ ଗୁରୁତର ହୋଇ ଚିକିତ୍ସା ଧିନଥିଲେ l* ଭିଟମାଟି ନିଜ ଗ୍ରାମ ଘରକୁ ପହଞ୍ଚଲା ପାର୍ଥ ଶରୀର l* ରାଷ୍ଟ୍ରତାସମ୍ନାନ ଦେଇ ଗାଁ ସ୍ମଶାନରେ ହେଲା ଅନ୍ତିମ ସତ୍କାର l* ସକାକୁଳ ପରିବେଶରେ ଗଦାରୀ ଗ୍ରାମ lଫୁଲବାଣୀ:ନିପ୍ର:-୧୭/୦୮ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଗୁଦାରୀ ଗ୍ରାମ ମଲିକ ସାହି ଯବାନ ଆର୍ମି ଯବାନ ସୁରେଶ କୁମାର ମଲିକ ୪୦ ବର୍ଷ ବୟରେ ଦେହାନ୍ତ ହୋଇଛନ୍ତି l ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ସ୍ବର୍ଗତ ସୁରେଶ ମଲିକ ଗତ ୨୦୦୬ ରେ ଆର୍ମି ଯବାନ ଭାବେ ନିଯୁକ୍ତି ହୋଇ ୯ ବାଟାଲିୟନ ବିହାରର ରେଗୀମେଣ୍ଟ ଉରି ଜାମୁଁ କାଶ୍ମୀର ଶ୍ରୀନଗର ରେ କାର୍ଯ୍ୟରତ ଥିଲେ l ପାଲମାହା ଅପରେସନ ସିନ୍ଦୁର ବେଳେ ଅଘଟଣ ଘଟିଥିଲା l ଶରୀରରେ ଗଭୀର ଆଘାତ ହେବାରୁ ସେହିଦିନଠାରୁ ଦିଲ୍ଲୀ ଆର୍ମି ଆର,ଆର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ l ଅଗଷ୍ଟ ୧୫ ତାରିଖ ଦିନ ଚିକତ୍ସା ଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କଲେ l ପ୍ରକଶ ଥାଉକି ସ୍ବର୍ଗତ ସୁରେଶ କୁମାର ମଲିକ ଅପରେସନ ସିନ୍ଦୁର ପାଲମହାରେ କାର୍ଯ୍ୟରତ ଥିବାରୁ ତାଙ୍କର ଏହି ପ୍ରାଣତ୍ୟାଗକୁ ସହିଦ ହୋଇଥିବା କହିଲେ ଅତ୍ୟୁକ୍ତି ହେଵନାହିଁ l ତେଣୁ ତାଙ୍କର ଏହି ସହିଦ ପାଇଁ ଜଣେ ଦେଶ ରକ୍ଷକ ଯବାନ ଙ୍କୁ କନ୍ଧମାଳ ହରାଇଥିବା ଯୋଗୁଁ ଅତ୍ୟନ୍ତ ଗଭୀର ଶୋକର ଛାୟା ହୋଇଛି l ସେ ଜଣେ ସାହସୀ ମେଳାପୀ ସ୍ବଭାବର ବୀର ପୁତ୍ର ଯିଏକି ଆର୍ମିରେ କାର୍ଯ୍ୟରତ ସମୟରେ ଦେଶ ସେବା କରି ପ୍ରାଣତ୍ୟାଗ କରିଛନ୍ତି। ଆଜି ତାଙ୍କର ପାର୍ଥବ ଶରୀର ଭିଟାମାଟି ନିଜ ଗାଁ ଗୁଡ଼ାରୀ ଗ୍ରାମର ମଧ୍ୟାହ୍ନ ୧୨.୩୦ ରେ ପହଞ୍ଚିଥିଲା l

ଆର୍ମି ପକ୍ଷରୁ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଠାରୁ ଶୋଭାଯାତ୍ରାରେ ବଲସକୁମ୍ପା,ଫୁଲବାଣୀ ସହର ଦେଇ ଗୁଦାରୀ ଗ୍ରାମ ନିଜ ବାସ ଭବନରେ ପହଞ୍ଚିଥିଲା l ବାସଭନରେ ପରମ୍ପରା ରୀତିନୀତି କର୍ମ ସାରି ଅନ୍ତିମ ସତ୍କାର ପାଇଁ ସ୍ମଶାନ ଘାଟକୁ ନିଆଯାଇ ସେଠାରେ ଆର୍ମି ପକ୍ଷରୁ ତାଙ୍କୁ ଗାର୍ଡଅଫ ହନର ତଥା ରାଷ୍ଟ୍ରୀୟ ସମ୍ନାନ ଦିଆଯାଇ ଅନ୍ତିମ ସତ୍କାର କରାଯଇଥିଲା l ସ୍ବର୍ଗତ ସୁରେଶ ଙ୍କ ଦୁଇ ଶାନ୍ତନ ନାବାଳକ ରହିଥିବା ବେଳେ ତାଙ୍କର ଏଭଳି ଘଟଣାକୁ ନେଇ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା l ସେଜଣେ ସରଳ,ନିର୍ଭିକ,ମିଷ୍ଟଭାସି ଓ ଆଦର୍ଶ ଚରିତ୍ରର ବ୍ୟକ୍ତି ବିଶେଷ ହୋଇଥିବାରୁ ତାଙ୍କୁ ଝୁରୁଛି ଗଦାରୀ ଗ୍ରାମ l ତାଙ୍କର ଏହି ଅନ୍ତିମ ସତ୍କାର ସମୟରେ ଶହ ଶହ ଜନସାଧାରଣ ଉପସ୍ଥିତ ଥିଲେ l
