ଅଶାନ୍ତ ହେଉଛି ଘଣ୍ଟେଶ୍ୱରବିଜେପି ନେତ୍ରୀଙ୍କୁ ବ୍ଲେଡ୍ରେ ଆକ୍ରମଣ
ଘଣ୍ଟେଶ୍ଵର ଅଞ୍ଚଳର
ରାଜନୀତି ଏବେ ଅଶାନ୍ତ ହୋଇପଡୁଛି। ବିରୋଧୀ ନୁହଁ ଏବେ ବିଜେପିର ଦୁଇଗୋଷ୍ଠୀ ନେତା ମୁହାଁମୁହିଁ ହୋଇ ଅଶାନ୍ତ ପରିବେଶ ସୃଷ୍ଟି ହେଲାଣି। କେବଳ ରାଜନୈତିକ ସଂଘର୍ଷ ପାଇଁ ୨୦ରୁ ଅଧୁକ ମାମଲା ରୁଜୁ ହେଲାଣି ନିର୍ବାଚନ ପରଠାରୁ । ନିର୍ବାଚନର ୧୫ ଦିନ ଆଗରୁ ଘଣ୍ଟେଶ୍ଵର ଅଞ୍ଚଳରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇ ସଂଘର୍ଷରେ ଲିପ୍ତ ହେଉଥିଲେ। ଏଥିରେ ପୁଲିସ ପ୍ରଶାସନ ଅଣନିଶ୍ୱାସୀ ହୋଇପଡ଼ିଥିଲା। ଏବେ ଖୋଦ୍ ଶାସକ ବିଜେପି ଦଳ ନିଜ ମଧ୍ୟରେ ସଂଘର୍ଷରେ ଲିପ୍ତ ରହୁଛନ୍ତି। ରାଜ୍ୟ ବିଜେପି ସଭାପତିଙ୍କର ଡାହାଣ ଓ ବାମ ହାତ ଥିବା ଦୁଇ ନେତା ଓ ନେତ୍ରୀଙ୍କର ସମର୍ଥ କମାନେ ଏହି ସଂଘର୍ଷରେ ପରସ୍ପର ସମର୍ଥକମାନେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି । ବିଜେପିର ଜଣେ ନାରୀନେତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ନାରୀ ନେତ୍ରୀ ମାଳତୀ ସାହୁଙ୍କୁ ବ୍ଲେଡ ରେ ଆକ୍ରମଣ ହୋଇଛି। ଯେଉଁଥିରେ ଲହୁଲୁହାଣ ହୋଇ ଏବେ ମେଡିକାଲରେ ।

ନାରୀନେତ୍ରୀ ମାଳତୀ ସାହୁଙ୍କ ସମର୍ଥକ ସୂଚନାକର୍ମୀ ଶରତ ସେନାପତିଙ୍କୁ ଜୁଲାଇ ମାସରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଯେଉଁଥିରେ କେସ୍ ୨୩୭/୨୫ ବଳରେ ୧୨ ଜଣରୁ ଅଧିକ ଲୋକଙ୍କ ନାମରେ ମକଦମା ହୋଇଛି। ଗୋଟିଏ ମାସ ନ ପୁରୁଣୁ ପୁଣି ଅଗଷ୍ଟ ମାସ ସକାଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେଲେ।କେସ୍ ନଂ ୨୬୪/୨୫ ଓ ୨୬୫/୨୫ରେ ମାମଲା ରୁଜୁ ହେଲା। ସନ୍ଧ୍ୟା ବେଳକୁ ନାରୀନେତ୍ରୀ ମାଳତୀ ସାହୁଙ୍କୁ ବାଲିପଦା ଗ୍ରାମ ରାସ୍ତାରେ ୩୦ରୁ ଅଧିକ ଲୋକ ମରଣାନ୍ତକ ଆକ୍ରମଣ କରିବା ସହ ବ୍ଲେଡ ମାରିଛନ୍ତି । ଏହି ପ୍ରତିବାଦରେ ଦୁଇଗୋଷ୍ଠୀ ସଂଘର୍ଷରେ ଲିପ୍ତ ହୋଇଥିବାବେଳେ ୧୦ ରୁ ଅଧିକ ଗୁରୁତ୍ଵ ର ହୋଇ ତିହିଡ଼ି, ଭଦ୍ରକ ଓ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜୁଲାଇ ମାସରେ ଶରତ ସେନାପତିଙ୍କୁ ଆକ୍ରମଣ ଘଟଣାରେ ମାତ୍ର ୨୦ ଦିନ ନ ଯାଉଣୁ ପୁଣି ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ନାରୀନେତ୍ରୀ ମାଳତୀ ସାହୁଙ୍କ ଆକ୍ରମଣ ଓ ନେତ୍ରୀଙ୍କ ସମର୍ଥକମାନେ କରିଥିବା ପ୍ରତି ଆକ୍ରମଣ ମାମଲାରେ ବାଂଶଡ଼ା ଥାନା ତରଫରୁ ଶନିବାର ୨ଟି ମକଦମା ରୁଜୁ ହୋଇଛି।
