ଅବକାରୀ ଗାଡିକୁ ଧକ୍କା ଦେଲା ଗଞ୍ଜେଇ ଭର୍ତି କାର
– ଗଞ୍ଜାମ ଭଞ୍ଜନଗର ଅବକାରୀ ଥାନା ଅଧୀନ ଶ୍ରୀରାମ ନଗର ଛକ ନିକଟ ବ୍ରିଜ ଉପରେ ଗଞ୍ଜେଇ ଭର୍ତି ଗାଡ଼ି ଓ ଅବକାରୀ ଗାଡ଼ି ମଧ୍ୟରେ ଧକ୍କା। ଅଳ୍ପକେ ବର୍ତିଲେ ଅବକାରୀ କର୍ମଚାରୀ ଓ ଅଭିଯୁକ୍ତ।ଦୁଇ ଅଭିଯୁକ୍ତ ଅଟକ,ଗଞ୍ଜେଇ ଭର୍ତି କାର ଜବତ।ଅଟକ ଅଭିଯୁକ୍ତ ମାନେ ହେଲେ ସାରଙ୍ଗଗଡ଼ ଥାନା ଅଂଚଳର।ସୂଚନା ମୁତାବକ ଅବକାରି ଟିମ ନିଧିଆପଲ୍ଲୀ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଧଳା ରଙ୍ଗର କାର ନ ଅଟକି ଅତି ଦ୍ରୁତ ଗତିରେ ଚାଲିଯାଇଥିଲା। ସନ୍ଧେହ ଘନୀଭୂତ ହେବାରୁ ଅବକାରୀ ଟିମ କାର ଟିକୁ ପିଛା କରି ଶ୍ରୀରାମନଗର ଛକ ନିକଟରେ ଅଟକାଇବାକୁ ଚେଷ୍ଟା କଲାବେଳେ ଦୁଇ ଗାଡ଼ି ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଗାଡିକୁ ଯାଞ୍ଚ କରିବା ବେଳେ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଗାଡ଼ି ଚାଳକ ଓ ଅନ୍ୟଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରିଥିଲା ଅବକାରୀ ବିଭାଗ ।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ୮୦ କିଲରୁ ଅଧିକ ଗଞ୍ଜେଇ ଥିବା ଜଣାପଡିଛି। କନ୍ଧମାଳରୁ ରାଜଧାନୀ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଅବକାରୀ ପୋଲିସ।
