ରାମନାଗୁଡା ସରକାରୀ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ରାମନାଗୁଡା ସରକାରୀ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ରାୟଗଡା ତା ୧୩-୮-୨୫ ରାମନାଗୁଡା ସରକାରୀ ଡ଼ିଗ୍ରୀ କଲେଜ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏକ ଶୋଭା ଯାତ୍ରାରେ ବାହାରି ହାତରେ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ ।ଜନ ସାଧାରଣଙ୍କ ମନରେ ଦେଶ ପ୍ରେମ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ଏପରି ଉଦ୍ୟମକୁ ସହରବାସୀ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ କୈଳାସ ମଲ୍ଲିକ ଏହି ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସମସ୍ତେ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସହଯୋଗ କରିଥିଲେ ।
