ସୁଦର୍ଶନ ସରକାରୀ ବିଦ୍ୟା ଭବନ ଚିରୁଳେଇ ରେ ବିଦ୍ୟାଳୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ।

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଚିରୁଳେଇ ଗ୍ରାମ ରେ ଅବସ୍ଥିତ ସୁଦର୍ଶନ ସରକାରୀ ବିଦ୍ୟା ଭବନ ର ପ୍ରଧାନ ଶିକ୍ଷକ ସତ୍ୟବାଦୀ ସାମଲ ଓଡ଼ିଶା ଶିକ୍ଷା ସେବା ରେ ମଇ ମାସ ତେର ତାରିଖରେ ଯୁବରାଜ ଉଚ୍ଚ ବିଦ୍ୟାଳୟ ତାଳଚେର କୁ ଯାଇଥିବାରୁ ସେହି ମହାନ ପ୍ରଧାନ ଶିକ୍ଷକ ଉଦେଶ୍ୟ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା ତରଫରୁ ବିଦ୍ୟାଳୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ଦେହୁରୀ ଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ମାସ ଷୋହଳ ତାରିଖ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିହଲପ୍ରସାଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଗଁଦିଆ ବ୍ଳକ ନୋଡାଲ ଅଧିକାରୀ ରଞ୍ଜନ କୁମାର ରଣା, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଅନୁଶିକ୍ଷା ନିରୀକ୍ଷକ

ଦଣ୍ଡଧର ସାହୁ,କାବେରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶତୃଘ୍ନ ରାଉତ , ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରଥ କୁମାର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ଯୁଗଳ କିଶୋର ରାଉତ, ସ୍ଥାନୀୟ ସି, ଆର୍,ସି,ସି, ବିଶ୍ବନାଥ ମାଝୀ ପଦୋନ୍ନତି ପାଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟବାଦୀ ସାମଲ ଙ୍କ ବହୂମୂଖୀ ପ୍ରତିଭା ର ଗୁଣଗାନ କରିଥିଲେ।ରାଏ ନରସିଂହ ପୁର ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ବାଶତି ନାଥ ତାଙ୍କର ଗୁଣ ଗାନ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ, ଛାତ୍ର ଛାତ୍ରୀ, ପରିଚାଳନା ପରିଷଦ, ଗ୍ରାମବାସୀ, ପୁରାତନ ଛାତ୍ର ସଂସଦ, ପ୍ରତିଷ୍ଠାତା ସଦସ୍ୟ, ପୁରାତନ ବିଦ୍ୟାଳୟ ତରଫରୁ ମାନପତ୍ର, ଉପଢୌକନ, ଉପହାର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ସୁରେନ କୁମାର ସ୍ବାଇଁ, ରଜନୀକାନ୍ତ ଭୋଇ ଓ ଶିକ୍ଷୟିତ୍ରୀ ସରୋଜିନୀ ନାୟକ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ଓ ବିଦାୟ ପ୍ରଧାନ ଶିକ୍ଷକ ଙ୍କ ଗୁଣ ଗାନ କରିଥିଲେ।

Leave a Reply

Your email address will not be published. Required fields are marked *