ଗ୍ରାମାଞ୍ଚଳର ଅର୍ଥନୀତିକୁ ସବଳ କରିବ କିମ୍ବଦନ୍ତୀ ଆଧାରିତ ସାଂସ୍କୃତିକ ଉତ୍ସବ ଓ ଇକୋ ଟୁରିଜିମ୍
ଦଶପଲ୍ଲା…..ସାରା ଭାରତୀୟ ତଥା ବିଦେଶୀ ପର୍ଯ୍ୟଟକ ନିଜର ସମ୍ୱଳ ଅନୁସାରେ ବିଭିନ୍ନ ପ୍ରକାର ପରିବେଶ ର ଆନନ୍ଦ ଉପଭୋଗ କରିବାର ଆଗ୍ରହ ଉତ୍ସାହ ଦେଖାଉଥିବାବେଳେ, ଆମ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ପ୍ରତି ଅନେକ ଆକୃଷ୍ଟ ହୋଇଥାନ୍ତି । ପୂରୁଣା ଜନଗହଳି ସ୍ଥଳୀ କିଛି ପର୍ଯ୍ୟଟକଙ୍କୁ ପସନ୍ଦ ହେଉଥ୍ୱଲେ ମଧ୍ୟ ନୂଆ ପର୍ଯ୍ୟଟନ ସ୍ଥାନ ଖୋଜିବା ପ୍ରାୟ ୬୦ ଶତକଡ଼ା ପର୍ଯ୍ୟଟକ ପସନ୍ଦ କରନ୍ତି । ଏହି ଅବସରରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଏହି କି, ପ୍ରତି ପଞ୍ଚାୟତରେ କିଛି ନା କିଛି କିମ୍ୱଦନ୍ତୀ ଆଧାରିତ ଧର୍ମ କ୍ଷେତ୍ର,ନଦୀତଟ,ଝରଣା, ଜଳପ୍ରପାତ, ଘନଜଙ୍ଗଲ, ହ୍ରଦ ତଟ,ବିଶାଳ ପର୍ବତ, ଗୁମ୍ଫା,ତଥା ବଣଭୋଜି ସ୍ଥଳୀ ଯାହା ର ହିଛି, ସେଗୁଡିକୁ ସର୍ଭେଦ୍ଵାରା ଚିହ୍ନଟ କରାଯାଇ ତାହାର ଉନ୍ନତିକରଣ ଦିଗରେ ଅର୍ଥ ବ୍ୟୟ କରାଗଲେ,.ସେହି ଅଞ୍ଚଳର ଅର୍ଥନୈତିକ ବିକାଶ ହେବା ସହିତ ସ୍ଥାନୀୟ ବେରୋଜଗାରୀ ସମସ୍ୟା ଦୂର ହୋଇପାରନ୍ତା । ଅତ୍ୟନ୍ତ ଆଗ୍ରହର ସହିତ ଏକ ନମୂନା ପ୍ରସ୍ତାବ ଏହି କି,ଦଶପଲ୍ଲା ବ୍ଲକ୍ କଳଶାଖମଣ ଗ୍ରା. ପ. ଅନ୍ତର୍ଗତ ନୂଆ ସାହୀ ଗ୍ରାମର ପୂର୍ବପାର୍ଶ୍ୱରେ ଥିବା ମୀନ ବାଡି ପାହାଡ଼ ଉପରେ ଏକ ଛୋଟ ଝରଣା ଓ ଜଳପ୍ରପାତ ରହିଛି ।

ସେଠାରେ ପ୍ରଭୁ ମହାକାଳେଶ୍ୱର ଲିଙ୍ଗ ମଧ୍ଯ ସ୍ଥାପନା ହୋଇଛନ୍ତି । ଲୋକଙ୍କ ଆଗ୍ରହ,ଏ ସ୍ଥାନରେ ସୁନ୍ଦର ପର୍ଯ୍ୟଟନ କ୍ଷେତ୍ରଟିଏ ହୋଇପାରନ୍ତା ଏବଂ ଦେଶୀ ବିଦେଶୀ ପର୍ଯ୍ୟଟକ ଆସିଲେ ଏଇ ମାଳପାର୍ବତ୍ଯ ଅଞ୍ଚଳର କିଛି ଅର୍ଥନୈତିକ, ଶିକ୍ଷଣ, ତଥା ସାଂସ୍କୃତିକ ମାନଦଣ୍ତରେ ପରିବର୍ତ୍ତନ ଆସନ୍ତା । ପର୍ଯ୍ୟଟକ ଉପଭୋଗ କଲାଭଳି ରାମଲୀଳା, ଦଣ୍ଡନୃତ୍ଯ, ଢୋଲ ମହ୍ଟରୀ, ତାଳମୃଦଙ୍ଗ, ଘଣ୍ଟ ମୃଦଙ୍ଗ ଏବଂ ଜଙ୍ଗଲୀ ନୃତ୍ୟ ଭଳି ଅନେକ ସାଂସ୍କୃତିକ ପରଂପରାମଧ୍ଯ ଏଠାରେ ରହିଛି । ସ୍ଥାନୀୟ ଖାଦ୍ୟ ପାନୀୟ ମଧ୍ଯ ଆତ୍ମତୃପ୍ତୀକାରୀ । ଦୀର୍ଘ ବୟୋଶତାବ୍ଦି ସ୍ୱାଧୀନତାପରେ ବି ଏଇ ମାଳ ଅଞ୍ଚଳର ବିକାଶ ମନ୍ଥର ହେଉଛି, ଯାହାକି ପରିବେଶ ପର୍ଯ୍ୟଟନ l
