ଦେବ ଇଣ୍ଟରନ୍ୟାସନାଲ ସ୍କୁଲରେ ୧୧ତମ ରକ୍ତଦାନ ଶିବିର ହେବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟାସନଗର: ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ପରିସରରେ ଯୁବ ସ୍ବାଭିମାନ ଦିବସ ଅବସରରେ ବିଦ୍ୟାଳୟ ତଥା ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଏକ ସ୍ୱେଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟର ମେଡିକାଲ ଅଫିସର ଡ଼ ଦେବାଶିଷ ସାମଲ, ଆଇନଜୀବୀ ବିବେକାନନ୍ଦ ମହାନ୍ତି ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିର ରେ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଟିମ୍ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି “ମୁଁ ବି ରକ୍ତ ଦେବି” କାର୍ଯ୍ୟକ୍ରମରେ ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ସମସ୍ତ ଅଭିଵାବକ,ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ମାନଙ୍କୁ ରକ୍ତ ଦେବା ପାଇଁ ଆହ୍ୱାନ କରିଥିଲେ। ଭୀଷଣ ବର୍ଷା ସତ୍ବେ ଆଉ କିଛି ରକ୍ତଦାତା ଉକ୍ତ ଶିବିରରେ ପହଞ୍ଚି ପାରିନଥିଲେ ତଥାପି ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ମହତ ଦାନ ଓ ରକ୍ତ ଦାତା ହେଉଛନ୍ତି ମହତ ଦାତା ଏବଂ ଆମେ ଦେଇଥିବା ରକ୍ତରେ ଯେ ଜଣେ ନିରୀହ ଜୀବନ ବଞ୍ଚି ପାରିବ ଏହାକୁ ଆଖି ଆଗରେ ରଖି ଆମେ ଦୀର୍ଘ ୧୧ ବର୍ଷ ଧରି ଏହି ରକ୍ତ ଦାନ ଶିବିରର ଆୟୋଜନ କରିଆସୁଅଛୁ ବୋଲି ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ରକ୍ତ ଦାନର ମହତ୍ତ୍ଵ ସମ୍ପର୍କରେ ନିଜର ମତ ରଖିଥିଲେ। ରକ୍ତଦାତା ଙ୍କ ମଧ୍ୟରେ ସୋନିଆ ବେଦୀ,ପ୍ରଶାନ୍ତ ରଣା,ବାସ୍ପିତା ପଣ୍ଡା,ସନ୍ତୋଷ କୁମାର ନାୟକ,ରାଜେନ୍ଦ୍ର କୁମାର ରାଉତ,ଚନ୍ଦ୍ରକାନ୍ତ ଜେନା,ବିଜୟ ସାହୁ,ପ୍ରମିଳା ବେହୁରା,ସୁବ୍ରତ ରାୟ, ଶୈଳେନ୍ଦ୍ର କୁମାର, ଅରୁଣ କୁମାର ସାମଲ,ପ୍ରଭାସିନୀ ପାତ୍ର, ଶର୍ଫରାଜ୍ ଖାଁ,ଅଂଶୁମାନ ଶ୍ରିଚେତକ,ଗୌରବ ଭାରତୀ,ଗୌରବ ପ୍ରଧାନ,ସୁଚିତ୍ରା

ଘଡେ଼ଇ,ଅରକ୍ଷିତ ଜେନା,ନିମା ଦାସ,ସୁସ୍ମିତା ଚକ୍ରବର୍ତ୍ତୀ, ମୁନ୍ନା ଅବ୍ଦଶ ସମଦ, ସୁଚିତ୍ରା ମନ୍ତ୍ରୀ, ସନ୍ତୋଷ କୁମାର ଡାକୁଆ,ବୀରେନ ମହାନ୍ତି,ସଞ୍ଜୀବ କୁମାର,ଜନ୍ମେଜୟ ନାୟକ,ସୁବ୍ରତ ସାହୁ,ସୁରଞ୍ଜନ ରାଉତ,ଅରୁଣ ସ୍ବାଇଁ,ଅଞ୍ଜନ ବାଳା ରାଉତ,ସନ୍ତୋଷ କୁମାର ବୋଇତେଇ,ଆଲି ଯହୁର ଖାନ,ପ୍ରକାଶ ଦେ,ଋଷିକେଶ ସାହୁ,ଲୋପାମୁଦ୍ରା ଦଳେଇ,ବେଲାଲ ହୁସେନ,ଦୁଃଖବନ୍ଧୁ ବାରିକ,ପୁଷ୍ପକ କୁମାର ନାୟକ,ବିଭୂତି କୁମାର ପଣ୍ଡା, ଅଶୋକ କୁମାର ଦାସ,ଅଭିଷେକ ଅସେରି,କିରଣ କୁମାରୀ ସ ,ଦୀପ୍ତି ରଞ୍ଜନ ମହାକୁଡ, ସବ୍ୟସାଚୀ ସେଠୀ,ରିଶଭ ଦାସ,ମୟଙ୍କ ସିଂ,ଜୟେଶ ପଣ୍ଡା,ରଶ୍ମି ରଞ୍ଜନ ଭଦ୍ର ମହତ୍ ଦାନର ଉଦାହରଣ ସାଜିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ବଲବିର ସିଂ ବେଦୀ, ଦୀପକ ରଞ୍ଜନ ପାଣିଗ୍ରାହୀ ,ଚର୍ଚ୍ଚିତା ପତି,ପୁଷ୍ପା ଶ୍ରୀରାମ ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ ଜଗବନ୍ଧୁ,ମୁରଲୀ ସୁଚାରୁ ରୂପେ ପରିଚାଳିତ କରିଥିଲେ। ଆମ ଓଡ଼ିଶା ସଂଯୋଜକ ବିଜୟ କୁମାର ସାହୁ ଏହି ଶିବିରର ସମ୍ପୂର୍ଣ ଦାୟୀତ୍ବ ନିଭାଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *