ଉଦଳା ରେ ଶ୍ରୀ ଶ୍ରୀ ବଡ ମା ଙ୍କ ଶ୍ରାବଣୀ ପରିକ୍ରମରେ ମାତୃ ସମ୍ମିଳନୀ ଉଦଯାପିତ

ଉଦଳା ରେ ଶ୍ରୀ ଶ୍ରୀ ବଡ ମା ଙ୍କ ଶ୍ରାବଣୀ ପରିକ୍ରମରେ ମାତୃ ସମ୍ମିଳନୀ ଉଦଯାପିତ l ଉଦଳା ତା ୧୮/୮/୨୫ (ନି ପ୍ର ) ପବିତ୍ର ଶ୍ରାବଣ ମାସରେ ଶ୍ରୀ ଶ୍ରୀ ବଡ ମା ଙ୍କ ମାତୃ ସମମ୍ମିଳନୀ ଗତ ୧୭/୮/୨୫ତାରିଖ ଦିନ ଉଦଳା ଉପ ଯୋଜନା କେନ୍ଦ୍ର ନାଗପାଳ ଠାରେ ଏକ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି l ଶ୍ରୀ ଶ୍ରୀ ବଡ ମାଙ୍କ ଆଦର୍ଶ ଜୀବନ କୁ ଆଖି ଆଗରେ ରଖି ପ୍ରତି ବର୍ଷ ଶ୍ରାବଣ ମାସରେ ବଡ ମା (ଲକ୍ଷୀ ମା ) ଙ୍କ ମାତୃ ସମ୍ମିଳନୀ ପାଳନ କରା ଯାଇଥାଏ l ଏହି ମାତୃ ସମ୍ମିଳନୀ ଭାରତ ବ୍ୟତୀତ ସାରା ବିଶ୍ୱରେ ଆଡମ୍ବର ସହକାରେ ପାଳନ କରାଯାଇ ଥାଏ l ମାଙ୍କ ଫୋଟୋ ଚିତ୍ର ନୁହେଁ ବରଂ ତାଙ୍କର ଆଦର୍ଶ ଚରିତ୍ର ମା ମାନଙ୍କୁ ଦିଗଦର୍ଶନ ଦିଏ l ଏଇ କ୍ରମରେ ମା ମାନେ ପୂଜ୍ୟା ଲକ୍ଷୀ ମା ଙ୍କ ପଦା ନୁ ଶରଣ ଗ୍ରହଣ କରିଲେ ସମଗ୍ର ବିଶ୍ୱ ମଧୁମୟ, ପ୍ରିତୀମୟ ତଥା ଆଜିର ଦିନ ରେ ଏକ ସୁସ୍ଥ ନିରାମୟ ସମାଜ ଗଠନ ହୋଇପାରିବ ବୋଲି ଗୁରୁ ମା ବାସନ୍ତି ଲତା ଭୂୟାଁ ଏକ ସୁନ୍ଦର ଯାଜନ କରିଥିଲେ l ତାଙ୍କର ଏହି ଯାଜନ ସମସ୍ତ ପରିବେଶ କୁ ଭାବମୟ କରିତୋଳିଥିଲା l କିଛି ସମୟ ଲାଗି ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଉଠିଥିଲା l ଉକ୍ତ ମାତୃ ସମ୍ମିଳନୀ ରେ ଆନୁମାନିକ ୩୦୦ରୁ ଅଧିକ ଗୁରୁମାଙ୍କ ଯୋଗଦାନ ପରିବେଶ କୁ ଉତ୍ସବ ମୁଖର ଗଢି ତୋଳିଥିଲା l ବିଶେଷ କରି ଗୁରୁମା ଜୟନ୍ତୀ ମାଝୀ ଙ୍କ ଆକର୍ଷଣୀୟ ଭଜନ କୀର୍ତନ ସାରା ମାତୃ ସମ୍ମିଳନୀ କୁ ଭାବ ମୟ ଗଢି ତୋଳି ଥିଲା l ସବୁଠୁ ବଡ କଥା ହେଲା ଏହି ମାତୃ ସମ୍ମିଳନୀ କୁ ଦୀର୍ଘ ଏକ ମାସ ଧରି ପରିଚାଳନା କରୁଥିବା ବୟ ଜ୍ୟୋଷ୍ଠା ମୁଖ୍ୟ ପୁରୋଧା ଗୁରୁମା ମଞ୍ଜୁଲତା ପୁହାଣ ଙ୍କ ଅବଦାନ ଚିର ସ୍ମରଣୀୟ ଆଉ ମଧ୍ୟ ସେ ଚିର ବନ୍ଦନୀୟା କହିଲେ କିଛି ଭୁଲ ହୋଇ ନ ପାରେ l ଏହି ପବିତ୍ର ଶ୍ରାବଣ ପରିକ୍ରମରେ ଗୁରୁମା ସ୍ଵର୍ଣ୍ଣଲତା ମହାପାତ୍ର, ନନ୍ଦିତା ମହାନ୍ତି, ଲଷ୍ମୀପ୍ରିୟା ଦାସ, ହେମଲତା ଦାସ, କନ୍ତିଲତା ଯେନା, କାନନ ଵାଲା ପାଣିଗ୍ରାହୀ, ପ୍ରୀତି ରେଖାଦାସ (ମାନି ମା ), ଲଷ୍ମୀପ୍ରିୟା ଘୋଷ, ବାସନ୍ତି ଲତା ଭୂୟାଁ, ଶ୍ରାବଣୀ ନାୟକ, ଜୟନ୍ତୀ ମାଝୀ, ଉଷାମଣୀ ବିନ୍ଧାଣି, ପ୍ରତିଭା ମହାପାତ୍ର, ନମିତା ବେଜ, ଗୁରୁ ମା ଗୀତାରାଣୀ ବେହେରା, ପୁରବୀ ମିଶ୍ର, ସୋରାଜିନୀ ପାଣିଗ୍ରାହ, ଓ ମିନାର୍ଭା ସେନ ଙ୍କ ସହଯୋଗ ଚିର ସ୍ମରଣୀୟ, ଆଜିର ଏହି ମାତୃ ସମ୍ମିଳନୀ ର ଉଦଯାପନୀ ଦିବସ ରେ ସମସ୍ତ ଗୁରୁ ମା ମନେ ଏକମନ ଏକାପ୍ରାଣ ନେଇ ଆଗାମୀ ଦିନରେ ନିଃ ସ୍ୱାର୍ଥ ପର ଭାବରେ କାମ କରିବା ଲାଗି ଶପଥ ନେଇ ଥିଲେ। ମା ମନେ ସଂଗଠିତ ହେଲେ ସୁସ୍ଥ ସମାଜ ଗଠନ ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇ ନ ପାରେ l

Leave a Reply

Your email address will not be published. Required fields are marked *