କଂଶାରି ନଦୀରେ ଭାସିଗଲେ ଯୁବକ

ଚିଲିକା (18/08) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ବାଙ୍କିଆପଲି ଗ୍ରାମ ନିକଟସ୍ଥ କଂଶାରି ନଦୀରେ ଭାସିଗଲେ ଆଶୀର୍ବାଦ ବେହେରା ୨୧( ବର୍ଷ)।ସବୁଦିନ ପରି ଆଜି ସକାଳ ଆଠଟା ସମୟରେ ଗାଁ ପାଖ ନିକଟ କଂଶାରି ନଈକୁ ଗାଧେଇବାକୁ ଯାଇଥିଲେ କିନ୍ତୁ ଅକାତ କାତ ପାଣି ରେ ବୁଡିଗଲେ ଆଶୀର୍ବାଦ ଓରଫ କାର୍ତ୍ତିକ ବେହେରା।ଦୁଃଖର ବିଷୟ କିଛି ବର୍ଷ ପୂର୍ବେ ବାପା ବାବୁଲା ବେହେରା ଙ୍କର ମୃତ୍ୟୁ ହୋଇଥିଲା।ଘରେ ମା,ଦୁଇ ପୁଅ ଓ ଗୋଟିଏ ମାତ୍ର ଝିଅ ଅତି ଦୁଃଖ କଷ୍ଟରେ ଚଳୁଥିଲେ।କିନ୍ତୁ କଂସାରୀ ନଦୀ କାଳ ସାଜିଲା।ଗାଧୋଇବା ସମୟରେ ନଈର ଖର ସ୍ରୋତରେ କେଉଁଆଡେ ଭାସିଗଲେ ।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ଓ ଦମକଳ ବାହିନୀ ପହଞ୍ଚି କଂସାରୀ ନଦୀରେ ଦୀର୍ଘ ସମୟ ହେଲା ଖୋଜା ଖୋଜି ଚାଲିଛି କିନ୍ତୁ କୌଣସି ସନ୍ଧାନ ମିଳୁ ନାହିଁ କାର୍ତ୍ତିକ ର, ଏଣେ ମା କାନ୍ଦି କାନ୍ଦି ବାହୁନି କହୁଛି ମୋ ପୁଅ କାର୍ତ୍ତିକ ଡାକ ଶୁଣିବ, ମୋ ପାଖକୁ କାର୍ତ୍ତିକ ଫେରି ଆସିବ। କିନ୍ତୁ ଏପର୍ଯ୍ୟନ୍ତ ଆଶୀର୍ବାଦକୁ ପାଇନାହାନ୍ତି।ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଓଡ୍ରାଫ୍ଟ ଟିମ ଘଟଣା ସ୍ଥଳରେ ପହଞ୍ଚି କଂସାରି ନଈରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏଣେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l

Leave a Reply

Your email address will not be published. Required fields are marked *