ନିମାପଡ଼ା ପ୍ରେସକ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ନିମାପଡ଼ା ପ୍ରେସକ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ନିମାପଡ଼ା (ତୀର୍ଥକ୍ଷେତ୍ର ) ରକ୍ତଦାନ ମହାପୂଣ୍ୟ। ରକ୍ତ ଅଭାବରୁ କାହାର ଜୀବନ ନ ଯାଉ। ଏପରି ଏକ ମହତ ଉଦେଶ୍ୟକୁ ଦୃଷ୍ଟିରେ ରଖି ନିମାପଡ଼ା ପ୍ରେସ କ୍ଳବ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହାପୂଣ୍ଣ୍ୟ ମନ୍ତ୍ରରେ ବ୍ରତୀ ହୋଇ ବହୁ ଯୁବ ସ୍ବେଛାସେବୀ ରକ୍ତଦାନ କରିଥିଲେ। ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ନିମାପଡ଼ା ତହସିଲଦାର ମନୋଜ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଵା ବେଳେ ନିମାପଡ଼ା ଥାନା ଆଇଆଇସି ବାମଦେବ ସ୍ୱାଇଁ, ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ପ୍ରେସକ୍ଳବ ସଭାପତି ଅକ୍ଷୟ ବେହେରାଙ୍କ ସମେତ ପ୍ରେସକ୍ଳବର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ବିଏମସି ରକ୍ତ ଭଣ୍ଡାର ପକ୍ଷରୁ ଡ଼ଃ କଲ୍ୟାଣ କୁମାର ସରକାର ଶିବିର ପରିଚାଳନା କରିଥିଲେ। ଅମୁଲ୍ୟ ସାହୁ, ପ୍ରିତିଶ କୁମାର ସାହୁ, ତ୍ରିଲୋଚନ ଭୋଇ ପ୍ରମୁଖ ରକ୍ତଦାତାମାନେ ରକ୍ତଦାନ କରି ବ୍ଲଡ଼ବ୍ୟାଙ୍କ ତରଫରୁ ଟି ସାର୍ଟ, ସାର୍ଟିଫିକେଟ ଗ୍ରହଣ କରିଥିଲେ। ଅଞ୍ଚଳର ବିଭିନ୍ନ ବର୍ଗର ଯୁବଗୋଷ୍ଠୀ ସ୍ୱଇଚ୍ଛାରେ ରକ୍ତଦାନ କରିଥିବାରୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *