ଦୁଇ ବର୍ଷ ହେଲା ତେରା ଗୁଡା ର ସଲୁଙ୍କିନଦୀ ର ଭଗ୍ନ କଲଭର୍ଟ ମରାମତି ହୋଇ ପାରୁନାହିଁ ।

ଦୁଇ ବର୍ଷ ହେଲା ତେରା ଗୁଡା ର ସଲୁଙ୍କିନଦୀ ର ଭଗ୍ନ କଲଭର୍ଟ ମରାମତି ହୋଇ ପାରୁନାହିଁ ।

କନ୍ଧମାଳ, ଫୁଲବାଣୀ ତା୧୯/୦୮/୨୦୨୫ ଫୁଲବାଣୀ ବ୍ଲକ ଅନ୍ତର୍ଗତ ତେରାଗୁଡା ଗ୍ରାମ ର ସାଲୁଁକି ନଦୀ ଉପରେ ନିର୍ମିତ କଲଭର୍ଟ ଦୁଇ ବର୍ଷ ହେଲା ପ୍ରବଳ ବର୍ଷାରେ ଭାଙ୍ଗି ଯାଇଥିଲା! ନିମ୍ନ ମାନର କାମ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି କଲଭର୍ଟ ଟି ଫୁଲବାଣୀ ବ୍ଲକ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଠାରୁ ଦୁଇ କିମି ଦୂରରେ ଥିବା ତେରାଗୁଡା ଗ୍ରାମ ଦେଇ ଯାଇଥିବା ସଲୁଙ୍କି ନଦୀ ର କଲଭର୍ଟ ନିର୍ମିତ ହୋଇଥିଲା ଏହି କଲଭାର୍ଟ ଟି ତେରାଗୁଡା ଗ୍ରାମ ଓ ପୋଲିସ ବାରକ ସାଲୁଁକି ସାହି, , ଦଧିବାମନ ସାହି ଫୁଲବାଣୀ ବ୍ଲକ ର ତେରଗୁଡ଼।, ମାଜଗଣ୍ଡ।, ଲୁହୁର ବାଲି, ସାଇନପଦର୍ ଗ୍ର ର ଲୋକ ନିର୍ଭର କରୁଥିଲେ । ବିଶେଷ କରି କୋଭିଡ ସମୟରେ ଆମ୍ବୁଲାନ୍ସ ସେପଟେ ଯାଉଥିଲା ଫୁଲବାଣୀ ସହର ପାଇଁ ତେରାଗୁଡ଼ ଏକ ବାଇପାସ ରାସ୍ତା ଅଟେ ନିକଟରେ ଥିବା ମହାବିଦ୍ୟାଳୟ ର ଯେବେ କିଛି ଅଘଟନ ଘଟେ ପୋଲିସ ତୁରନ୍ତ ତେରାଗୁଡା ଗ୍ରାମଦେଇ ସହଜରେ ପହଂଚି ଥାଏ , ମାଓ ବାଦୀ ପ୍ରଭାବିତ ଅଞ୍ଚଳ ପାଇଁ ପୋଲିସ କୁ ବାଇପାସ ରାସ୍ତା ରେ ଯିବା ସହାୟକ ହୋଇଥାଏ! କିନ୍ତୁ ଦୁଇ ବର୍ଷ ହେଲା ଏହି କଲଭର୍ଟ ର ମରାମତି ର ଆବଶ୍ୟକ ସାଙ୍ଗକୁ କଲଭାର୍ଟ କୁ ଅପଗ୍ରେଡେସନ ର ଆବଶକ୍ୟତା ରହିଛିଏ ସମ୍ପର୍କରେ ବିଡ଼ିଓ ଓ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଙ୍କ କ୍ଷିପ୍ର ନ୍ୟାୟିକ ମଞ୍ଚ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave a Reply

Your email address will not be published. Required fields are marked *