ଆଧାର ମନିଟରିଂ କମିଟି ବୈଠକ ଅନୁଷ୍ଠିତ।

ପୁରୀ ୧୯/୮ ପୁରୀ ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ବର୍ତ୍ତମାନ ସମସ୍ତ କାର୍ଯ୍ୟ ରେ ଆଧାର ର ବ୍ୟାପକ ବ୍ୟବହାର ହେଉ ଥିବାରୁ ଏକ ସଠିକ ଓ ନିର୍ଭୁଲ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ।ତେଣୁ ଜନ୍ମ ଠାରୁ ସମସ୍ତ ବ୍ୟକ୍ତି ଙ୍କ ଆଧାର କାର୍ଡ ପ୍ରସ୍ତୁତି ସମୟରେ ସତର୍କତା ଅବଲମ୍ବନ କରିବା ଓ ସମସ୍ତେ ଆଧାର କାର୍ଡ କରିବାକୁ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ସ୍ବତନ୍ତ୍ର କ୍ୟାମ୍ପ ଓ ବ୍ୟାପକ ସଚେତନତା ମାଧ୍ୟମରେ ଯେଉଁ ବ୍ୟକ୍ତି ବା ଶିଶୁ ମାନଙ୍କ ର ଆଧାର ହୋଇ ନାହିଁ ତାହା ସମ୍ପର୍ଣ୍ଣ କରିବାକୁ ସମ୍ପୃକ୍ତ ଏଜେନ୍ସି ମାନଙ୍କୁ ପରାମର୍ଶ ଦେଇଥିଲେ।ସାଧାରଣତଃ ଜନ୍ମ ପରେ ପରେ ଆଧାର ହେବା ଜରୁରୀ ହୋଇ ଥାଏ।ତେଣୁ ଜନ୍ମ ରୁ ୫ ବର୍ଷର ଶିଶୁ,୫ରୁ ୭ ବର୍ଷ ବୟସ ର ଶିଶୁ ମାନଙ୍କ କ୍ଷେତ୍ରରେ ପିତା ମାତା, ଅଭିଭାବକ, ଅଙ୍ଗନବାଡି କର୍ମୀ ଓ ଶିକ୍ଷା ବିଭାଗ ଏହାକୁ ଗୁରୁତ୍ୱ ଦେଇ ଆଧାର କରାଇ ନେବା ର ଆବଶ୍ୟକତା ରହିଛି।୧୦ ବର୍ଷ ପରେ ବାୟୋମେଟ୍ରିକ୍ସ ଅପଡେଟ୍ କରିବା ଦ୍ୱାରା ଆଧାର ଡାଟାବେସ୍ ସବୁବେଳେ ସତେଜ ଓ ସଠିକ୍ ତଥ୍ୟ ରହିବାକୁ ସୁନିଶ୍ଚିତ କରେ।

ପ୍ରତି ୧୦ ବର୍ଷରେ ଅପଡେଟ୍ କରିବା ଫଳରେ ଭୁଲ୍ ରିଜେକ୍ସନ୍ କମିଥାଏ ଏବଂ ସେବା ପ୍ରଦାନ ଅଧିକ ସମସ୍ୟାହୀନ ହୋଇଥାଏ ବୋଲି UIDAI ରାଜ୍ୟ କାର୍ଯ୍ୟାଳୟର ପ୍ରତିନିଧି ସହାୟକ ପ୍ରବନ୍ଧକ ଶ୍ରୀ ଆଦର୍ଶ ପଟ୍ଟନାୟକ ଅବଗତ କରାଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ ପି ସୌମ୍ୟ ରଞ୍ଜନ ମଲ୍ଲିକ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ପ୍ରୋଗ୍ରାମ ଅଫିସର ଚନ୍ଦ୍ରପ୍ରଭା ଦେଇ,ଜିଲ୍ଲା ଇ ଗଭର୍ଣ୍ଣାସ ମ୍ୟାନେଜର ପୀୟୁଷ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *