ଭଦ୍ରକର ଯୁବ ନେତା ନଳିନୀ କାନ୍ତ ମହାନ୍ତି ହେଲେ ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଯୁବ ସମ୍ୱନୟ କମିଟିର ରାଜ୍ୟ ସଂଯୋଜକ
ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଯୁବନେତା ନଳିନୀକାନ୍ତ ମହାନ୍ତି ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ନିଯୁକ୍ତି ରାଜ୍ୟ ଯୁବ ସମନ୍ୱୟ କମିଟି ର ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ହୋଇଛନ୍ତି ll ତାଙ୍କ ନିଯୁକ୍ତି କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲା କଂଗ୍ରେସ କର୍ମୀ ମହଲରେ ଖୁସି ର ଲହରୀ ଖେଳିଯାଇଛି ll ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରକାଶିତ ଏକ ଆଠ ଜଣିଆ ରାଜ୍ୟ କମିଟିରେ ଶ୍ରୀ ନଳିନୀ କାନ୍ତ ମହାନ୍ତି ଙ୍କୁ ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତି ହୋଇଥିବାରୁ ଏଥି ନେଇ ଶ୍ରୀ ମହାନ୍ତି ଅଖିଳ ଭାରତ କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ମଲ୍ଲିକlର୍ଜୁନ ଖଡଗେ ଜୀ

ବିରୋଧି ଦଳର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧିଜୀ, ଅଖିଳ ଭାରତ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କେ ସି ବେନୁଗୋପାଳ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି ll ଆଗାମୀ ଦିନରେ ରାଜ୍ୟର ଯୁବ ଗୋଷ୍ଠୀ ମାନଙ୍କୁ କଂଗ୍ରେସ ଦଳର ନୀତି ଆଦର୍ଶ ପ୍ରତି ଆକୃଷ୍ଟ କରିବା ସହ ଦଳରେ ସାମିଲ କରି କଂଗ୍ରେସ ଦଳକୁ ରାଜ୍ୟର ଶକ୍ତିଶାଳୀ କରିବାକୁ ଶ୍ରୀ ମହାନ୍ତି ପ୍ରେସ ବିବୃତିରେ ଜଣାଇଛନ୍ତି l
