ନୂଆରୂପ ନେବ ଅର୍ବାନହାଟ ଓ ଆଲୋକ ଶବ୍ଦ ପ୍ରକଳ୍ପ
କୋଣାର୍କ – ଦୀର୍ଘ ବର୍ଷ ଧରି ବ୍ୟବହାର ନହୋଇ ପଡି ରହିଥିବା କୋଣାର୍କ ଅର୍ବାନ ହାଟ ନୂଆରୂପ ନେବ ବୋଲି ଆଶା କରାଯାଉଛି। ମଙ୍ଗଳବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ମୂଖ୍ୟ ସଚିବ ବଲବନ୍ତ ସିଂ ଓ ଜଡ଼ିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଅର୍ବାନ ହାଟ, ବ୍ୟାଖ୍ୟାନ କେନ୍ଦ୍ର ଓ ସୂର୍ଯ୍ୟ ମନ୍ଦିର ବୁଲି ତଦାରଖ କରିଛନ୍ତି। ଅର୍ବାନହାଟ ପରିସର ଉନ୍ନତିକରଣ, ସମ୍ମୁଖରେ ବିଶାଳ ତୋରଣ, ସାମ୍ନାରେ ପାର୍କିଂ ବ୍ୟବସ୍ଥା, ଭିତରେ ଉନ୍ନତିକରଣ କାର୍ଯ୍ୟ କରାଯିବ। ଅର୍ବାନ ହାଟକୁ କିପରି ପର୍ଯ୍ୟଟକ ମାନେ ଯାତାୟାତ କରି ପାରିବେ ସେ ନେଇ ଧ୍ୟାନ ଦିଆଯିବ। ବ୍ୟାଖ୍ୟାନ କେନ୍ଦ୍ର ଓ ସୂର୍ଯ୍ୟ ମନ୍ଦିର କୁ ରାସ୍ତା ସଂଯୋଗ କରାଯିବ। ଏନେଇ ସମ୍ପୂର୍ଣ ବ୍ୟବସ୍ଥା ହୋଇ ସରିଛି। ଖୁବ୍ କମ୍ ସମୟ ଭିତରେ ନୁଆ ରୂପରେ କାର୍ଯ୍ୟ ଆରମ୍ଭ କରାଯିବ। ଏଥି ସହିତ ସୂର୍ଯ୍ୟ ମନ୍ଦିରରେ ଆଲୋକ ଓ ଶବ୍ଦ ପ୍ରକଳ୍ପ ବ୍ୟବସ୍ଥା ନୁଆ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ୨୫୦ ପର୍ଯ୍ୟଟକଙ୍କ ବସିବା ଓ ଶୁଣିବା ପାଈଁ ସେଡ ବ୍ୟବସ୍ଥା, ନୂଆ ପ୍ରୋଜେକ୍ଟର ଓ ଚଉକି ବ୍ୟବସ୍ଥା କରାଯିବ। ଯାହାକୁ ଶ୍ରୀ ସିଂ ତଦାରଖ କରିଥିଲେ। ଏହି ଅବସରରେ ପର୍ଯ୍ୟଟନ ବିଭାଗ ଅଧିକାରୀ, ବରିଷ୍ଠ ଯନ୍ତ୍ରୀ, କାର୍ଯ୍ୟକାରୀ ସଂସ୍ଥା ଅଧିକାରୀ, ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
