ବେଆଇନ ଟ୍ରାଭେଲ ଏଜେନସି ଉପରେ ପୋଲିସ ଚଢ଼ାଉ
ବେଆଇନ ଟ୍ରାଭେଲ ଏଜେନସି ଉପରେ ପୋଲିସ ଚଢ଼ାଉ,
ପୁରୀରେ ଛତୁ ଫୁଟିଲା ଭଳି ଟ୍ରାଭେଲ ଏଜେନସି ଚାଲୁଅଛି l ସେଥିମଧ୍ୟରୁ କିଛି ପଞ୍ଜିକୃତ ଟୁର୍ ଏବଂ ଟ୍ରାଭେଲ୍ ରହିଥିବାବେଳେ ଆଉ କିଛି ଟୁର ଟ୍ରାଭେଲର ଖାତା ଖତୀୟାନା ନାହିଁ l ଟୁର ଟ୍ରାଭେଲ ଏଜେଣ୍ଟମାନେ ବିଭିନ୍ନ ସମୟରେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ହଇରାଣ ହରକତ କରୁଥିବା ନଜରକୁ ଆସିଛି । ଏ ନେଇ ଅନେକ ଅଭିଯୋଗ ବିଭିନ୍ନ ଥାନାରେ ରହିଥିବାବେଳେ ଏପରି ଅନେକ ଟୁର୍ ଏବଂ ଟ୍ରାଭେଲ୍ ଏଜେନ୍ସି କୌଣସି ପଞ୍ଜିକରଣ ଏବଂ ଅନ୍ୟାନ୍ୟ ବାଧ୍ୟତାମୂଳକ ନିୟମ ପାଳନ ବିନା କାର୍ଯ୍ୟ କରୁଛନ୍ତି। ଅନେକ ଟୁର ଟ୍ରାଭେଲ୍ସରେ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଥିବାବେଳେ ପର୍ଯ୍ୟଟକ ମାନେ ଶୋଷଣର ଶିକାର ହେଉଛନ୍ତି l ତେଣୁ ପୁରୀଏସ୍ପି ଙ୍କ ନିର୍ଦ୍ଦେଶରେ ଯାଞ୍ଚ ପାଇଁ ଅଣପଞ୍ଜିକୃତ ଟୁର୍ ଏବଂ ଟ୍ରାଭେଲ୍ ଅପରେଟରମାନଙ୍କ ବିରୁଦ୍ଧରେ ସହର ବ୍ୟାପୀ ଚଢାଉ ଜାରି ରହିଛି l

ଏହି ଚଡାଉ ଅଭିଯାନରେ ଜଣେ ଅତିରିକ୍ତ SP, ଜଣେ DSP, 8 ଜଣ ଇନ୍ସପେକ୍ଟର , 20 ଜଣ ପୋଲିସ ଅଧିକାରୀ ଏବଂ ଦୁଇ ପ୍ଲାଟୁନ୍ ଫୋର୍ସଙ୍କୁ ନେଇ ଗଠିତ ଏକ ଦଳ ଦ୍ୱାରା ପରିଚାଳିତ ହେଉଅଛ
