ବିଶ୍ବ ଫଟୋଗ୍ରାଫି ଦିବସ
ବିଶ୍ବ ଫଟୋଗ୍ରାଫି ଦିବସ ଉପଲକ୍ଷେ ଓଡଗାଁ ବ୍ଳକ ଫଟୋଗ୍ରାଫି ଆସୋସିଏସନ, ନୟାଗଡ଼ ତରଫରୁ ଶରଣକୁଳସ୍ଥିତ ମା ଝାଡେଶ୍ବରୀଙ୍କ ପୀଠରେ ନୟାଗଡ଼ ଜିଲ୍ଲାର ପ୍ରତିବ୍ଳକରୁ ଫଟୋଗ୍ରାଫରଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ ମା ଝାଡେଶ୍ବରୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ମିଟିଂ ଆରମ୍ଭ ହୋଇଥିଲା ନୟାଗଡ଼ରୁ ଆସିଥିବା ବରିଷ୍ଠ ଫଟୋଗ୍ରାଫର ମାନବ କିଶୋର ରାୟ,ବିରେନ୍ଦ୍ର ଦାଶ ,ନରସିଂହ ବେହେରା ,ନାରାୟଣ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ତତ୍ ପରେ ଉପସ୍ଥିତ ସମସ୍ଥ ଫଟୋଗ୍ରାଫର ନିଜର ପରିଚୟ ପ୍ରଦାନ କରିଥିଲେ । ଆଜିର ମିଟିଂରେ ଫଟୋଗ୍ରାଫି ସମ୍ପର୍କରେ ସୁବିଧା ଅସୁବିଧା ସବୁ ଆଲୋଚନା କରାଯାଇଥିଲା । ଆସୋସିଏସନ ର ସଭାପତି ବଳଭଦ୍ର ସ୍ବାଇଁ ଫଟୋଗ୍ରାଫି ର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆଗକୁ କରିବା ପାଇଁ ଆଲୋଚନା କରିଥିଲେ । ସମ୍ପାଦକ ପାଣୁ ଚରଣ ଖଟୋଇ ଆସୋସିଏସନ ର ବାର୍ଷିକ ବିବରଣୀ ଦେଇଥିଲେ ।ଫଟୋଗ୍ରାଫି ଦିବସ ଉପଲକ୍ଷେ କେକ୍ କଟାଯାଇଥିଲା ।ପରିଶେଷରେ ଶୁରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।
