ବିଦ୍ୟୁତ୍ ଆଘାତରେ ଚାଷୀ ମୃତ୍ୟୁ।
କାକଟପୁର – କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରୀଗାଁ ପଞ୍ଚାୟତ ଛୋଟିପଡା ଗ୍ରାମରେ ବୁଧବାର ଦେଖବାକୁ ମିଳିଛି ଏକ ଦୁଃଖଦ ଘଟଣା। ରମେଶ ମଲ୍ଲ (୪୬) ନାମକ ଜଣେ ଚାଷୀ ନିଜ ବିଲରେ ଚାଷ କାମ କରିବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ଅଭାବୀ ବର୍ଷା କାରଣରୁ ବିଦ୍ୟୁତ୍ ତାର ଲଗାଇ ମୋଟର ମାଧ୍ୟମରେ ଜମିରେ ପାଣି ମଡାଉଥିଲେ। କୌଣସି କାରଣ ବଶତଃ ବିଦ୍ୟୁତ୍ ଆଘାତରେ ବିଲରେ ତାଙ୍କର ମୃତ୍ୟୁ ଘଟିଥିବା ସୁଚନା ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ବାଙ୍ଗୁରୀଗାଁ ମେଡ଼ିକାଲକୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ମେଡିକାଲକୁ ପଠା ଯାଇଛି। ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ସହିତ ଦୁଇ ଜଣ ପୁଅ ଓ ଝିଅ ଅଛନ୍ତି । ମୃତ ଚାଷୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
