ଅମଲା କାର୍ଯ୍ଯବନ୍ଦ ଆନ୍ଦୋଳନ ୧୦ ଦିନ ବିତିଲା

ଅମଲା କାର୍ଯ୍ଯବନ୍ଦ ଆନ୍ଦୋଳନ ୧୦ ଦିନ ବିତିଲା। ତହସିଲ ଓ ବ୍ଲକ କାର୍ଯ୍ୟ ଅଚଳ। ଲୋକେ ଭୋଗୁଛନ୍ତି ହିନସ୍ତା।
ରଘୁନାଥପୁର:-୨୦/୮()ଦଶ ଦଫା ଦାବୀ ନେଇ ରାଜସ୍ବ ଅମଲା ସଂଘର ନିଷ୍ପତ୍ତି କ୍ରମେ ରଘୁନାଥପୁର ବ୍ଲକ,ତହସିଲ ଓ ଆଇସିଡିଏସରେ କାର୍ଯ୍ୟରତ ରାଜସ୍ବ କର୍ମଚାରୀମାନେ ଛୁଟିରେ ରହିବା ୧୦ ଦିନ ବିତିଲା।ଫଳରେ ତହସିଲରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବନ୍ଦ ହୋଇଯିବା ସହ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣଜନତା ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି।ଅଫିସ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଛି।ଏପରିକି ଲୋକେ ଜାତିଗତ ପ୍ରମାଣପତ୍ର ପାଇବା ପାଇଁ ଅପେକ୍ଷା କରିବାକୁ ପଡିଛି।ସେହିପରି ବ୍ଲକରେ ଅର୍ଥନୈତିକ କାରବାର,ଉନୟନ୍ନ ମୂଳକ କାର୍ଯ୍ୟ ଓ ନଥିପତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ପଡିଛି। କାର୍ଯ୍ୟକରି ଠିକାଦାରମାନେ ସେମାନଙ୍କ ବିଲ ପାଇପାରୁ ନାହାନ୍ତି। ଆଇସିଡିଏସ ଅଫିସରେ ମଧ୍ୟ ଅନୁରୂପ ଅବ୍ୟବସ୍ଥା ଲାଗି ରହିଛି।ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି।ଉପଯୁକ୍ତ ସମୟରେ ସେବା ପାଇନପାରି ଲୋକଙ୍କ ମନରେ ଅସୋନ୍ତୋଷ ସୃଷ୍ଟି ହେଉଛି।ଏଥିପାଇଁ ସରକାରଙ୍କ ବିଧିବ୍ୟବସ୍ଥାକୁ ଦାୟୀ କରିଛନ୍ତି ସାଧାରଣଜନତା।ତେବେ ବ୍ଲକ ଓ ତହସିଲରେ କିଛି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଏବଂ ଯଥାସମ୍ବଭ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଥିବା ସମ୍ପର୍କରେ ବିଡିଓ ବିରଞ୍ଚି ନାରାୟଣ ବେହେରା ଓ ତହସିଲଦାର ରାଜଲକ୍ଷ୍ମୀ ନାୟକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *