ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କଲେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

ଗଣିଆରେ ଥିବା ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ଦୀର୍ଘ ଦିନ ହେବ ପିଅନ ନଥିବାରୁ ବିଦ୍ୟାଳୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ । ଏହି ବିଦ୍ୟାଳୟଟି ୫-ଟି ରୂପାନ୍ତରିତ ବିଦ୍ୟାଳୟ ସହିତ ବ୍ଳକ ହେଡକ୍ୱାଟର୍ର ସ୍କୁଲ ହୋଇଥିବାରୁ ଏଠାରେ ବ୍ଳକ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ, ବିଜ୍ଞାନ ମେଳା, ଶିଶୁ ମହୋତ୍ସବ, ଭିନ୍ନକ୍ଷମ ମେଳା ତଥା ବିଭିନ୍ନ ସରକାରୀ ଟ୍ରେନିଂ ଅନୁଷ୍ଠିତ ହେଉଛି । ତେବେ ଏଠାରେ କାର୍ଯ୍ୟରତ ପିଅନ ଦିଲ୍ଲୀପ ପ୍ରଧାନଙ୍କୁ ଡେପୁଟେସନରେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଆଯାଇଛି । ସୋମବାର ବିଦ୍ୟାଳୟ ପରିସରରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ବୈଠକ ବସିଥିବା ବେଳେ ଏ ନେଇ ଆଲୋଚନା କରାଯାଇଥିଲା । ମଙ୍ଗଳବାର ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୁଧବାର ସଭାପତି ଦେବାନନ୍ଦ ମିଶ୍ରଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିବା ସହିତ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଯଦି ଆସନ୍ତା ୭ ଦିନ ଭିତରେ ପିଅନ ଶ୍ରୀ ପ୍ରଧାନଙ୍କ ଡେପୁଟେସନ ବାତିଲ କରାନଯାଏ ତେବେ ଶିକ୍ଷା ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହେବ‌‌‌ ବୋଲି ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ସଭାପତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *