ପୁରୀର ପେଣ୍ଠକଟା ରେ ୪୧ତମ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳନ।
ତାରିଖ- ୧୯/୦୯/୨୦୨୬ ଏବେ ପ୍ଲାଷ୍ଟିକ୍ ସବୁଠାରୁ ଭୟଙ୍କର ବର୍ଜ୍ୟବସ୍ତୁ ରୂପେ ଦେଖା ଯାଉଛି।ପ୍ରତିବର୍ଷ ହଜାର ହଜାର ଟନ୍ ଅଳିଆ ସମୁଦ୍ରକୁ ଯାଉଛି, ଯାହାର ଅତି କମରେ 60% ପ୍ଲାଷ୍ଟିକ୍ ସାମଗ୍ରୀ । ସାମୁଦ୍ରିକ ମତ୍ସ୍ୟଜୀବୀ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ଭିତରୁ ପ୍ଲାଷ୍ଟିକ ଜାଲ ସମୁଦ୍ର ରେ ନାହିଁ ନଥିବା କ୍ଷତି କରିଥାଏ।ପ୍ରତିବର୍ଷ,ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଏ।ଏହା ଦ୍ୱାରା ସାମାଜିକ ସଚେତନତା ବୃଦ୍ଧି ପାଇଥାଏ। ଆମର ସମୁଦ୍ର ଏବଂ ବେଳାଭୂମି ଅଞ୍ଚଳକୁ ସଫା କରିବା ପାଇଁ ପ୍ରେରଣାଦାୟକ କାର୍ଯ୍ୟ କରାଯାଇଥାଏ।ପୁରୀର ଏକ ସ୍ଥାନୀୟ ସଂଗଠନ ଭାବରେ ସ୍ପନ୍ଦନ ପେଣ୍ଠକଟା ରେ ପୁରୀର ମହିଳା ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟର ମହାସଂଘ ସହିତ ଏହି ଦିବସ ପାଳନ କରିଥିଲେ। HCL ଫାଉଣ୍ଡେସନ୍ ଏବଂ ପୁରୀ ପୌରପାଳିକା ସହିତ ଭାରତୀୟ ତଟରକ୍ଷୀ ବାହିନୀ ଅନ୍ୟତମ ଆୟୋଜକ ହିସାବରେ ଅଂଶଗ୍ରହଣ କରିଥିଲେ। ଏଥିରେ ପେଣ୍ଠକଟା ରୁ ୭00 ରୁ ଅଧିକ ମହିଳା ଏବଂ ପୁରୁଷ ସଦସ୍ୟ ଅଂଶଗ୍ରହଣ କରିଥିଲେ ଏବଂ ବେଳାଭୂମି ସଫାଈ କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ। ଏଥିରେ ପୁରୀ ର ସ୍କାଉଟ ଏବଂ ଗାଇଡ଼ ୟୁନିଟରୁ ସଦ୍ୟସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ।ଏହି ଅବସର ରେ ଏକ ସଭା ର ଆୟୋଜନ କରାଯାଇଥିଲା। ଏହି ସଭାରେ HCL ଫୋୖଣ୍ଡସନ ତରଫ ରୁ ଡ୍ର. ନିଧି ପୁନ୍ଧିର ଓ ଡ୍ର. ଶାନ୍ତନୁ ବାସୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ରୂପେ ଭାରତୀୟ ତଟରକ୍ଷୀ ବାହିନୀ କମାଣ୍ଡେଣ୍ଟ ଗୌତମ ସୋନି ଓ ପେଣ୍ଠକଟା କୋଭିରି ମାର୍କ ଯୋଗଦେଇଥିଲେ | ପ୍ରାରମ୍ଭିକ ଭାଷଣ ରେ ଡ୍ର ନିଧି ପୁନ୍ଧିର ଏ ବର୍ଷ ର କାର୍ଯ୍ୟକ୍ରମ କୁ ୪୧ତମ ICCD ୨ବର୍ଷ ବୋଲି ବୁଝାଇଥିଲେ। କମାଣ୍ଡେଣ୍ଟ ଗୌତମ ସୋନି ପେଣ୍ଠକଟା ଏ ଦିଗ ରେ HCL ଫାଉଣ୍ଡେସନ ଏବଂ ସ୍ପନ୍ଦନ ର ମିଳିତ ସହଯୋଗ ରେ ମସ୍ତ୍ୟଜୀବୀ ଗୋଷ୍ଟି ର ମହିଳା ମାନଙ୍କୁ ନେଇ କରାଯାଉଥିବା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲ। ମାତ୍ସଜିବି ସଂଗଠନ ର ସଭାପତି କୋଭିରି ମାର୍କ ସମୁଦ୍ର ସଫା ରଖିବା ଉପରେ ଓ ସମୁଦ୍ରକୁଳ ସଫା ରଖିବା ର ଗୁରୁତ୍ୱ ବିଷୟରେ ବୁଝାଇ ଥିଲେ। ଆଗାମୀଦିନ ରେ ସମୁଦ୍ର କୁଳ ଓ ସମୁଦ୍ର ଭିତରୁ ମଧ୍ୟ ପ୍ଲାଷ୍ଟିକ ଅବର୍ଜନା କୁ ସଫା କରିବା ପାଇଁ ମସ୍ତ୍ୟଜୀବୀ ସଂଗ ର ସହଯୋଗ ଉପରେ ପ୍ରାଧାନ୍ୟ ଦେଇଥିଲେ। ସର୍ବ ଶେଷ ରେ ଡକ୍ଟର ସାନ୍ତନୁ ବସୁ ଆସନ୍ତା ଦିନ ମାନଙ୍କରେ ଏହି ସଫେଇ କାର୍ଯ୍ୟକ୍ରମ କୁ ଆଗକୁ ବଢ଼ାଇବା ପାଇଁ ସମସ୍ତିକଁର ସହଯୋଗକୁ ଆହ୍ୱାନ କରିଥିଲେ।

ଏହି ଆବରରେ ପେଣ୍ଠକଟାର ECO ଚାମ୍ପିୟନ(କବେରୀ, ଭେଣକାତାଲକ୍ଷ୍ମୀ, ଲକ୍ଷ୍ମୀ, କ. ଲକ୍ଷ୍ମୀ, ଦେବୀ, କଲ୍ୟାଣୀ ) ମାନଙ୍କୁ ସାନମାନିତ କରାଯାଇଥିଲା। ଏ ବର୍ଷର ସାମାଜିକ କର୍ମୀ ଭାବରେ ସାଇନା ଘୋଷ, ଭାଙ୍କା ସୁଗୁଣା ଓ କରେ ସତୀଶ କୁ ମଧ୍ୟ ସମ୍ଭାର୍ଦ୍ଧନା ଦିଆଯାଇଛି। ସ୍କାଉଟ ଏବଂ ଗାଇଡ଼ ୟୁନିଟକୁ ମଧ୍ୟ ସାନମାନିତ କରାଯାଇଥିଲା। ଏହାପରେ ସ୍ପନ୍ଦନ ଅଧ୍ୟକ୍ଷା ବର୍ଷାରାଣୀ ମିଶ୍ରଙ୍ , ଦୁର୍ଗା ଦେ,ମହିଳା ସଂଘ ସଭାନେତ୍ରୀ ଏ. ଗୁରାମ୍ମା ଓ ପି. ଭୁଲକାମ୍ମା ତଥା ଅନ୍ୟାନ୍ୟ ସଦସ୍ୟ ମାନେ ବେଳାଭୂମି ସଫାଈ କାର୍ଯ୍ୟକ୍ରମ କୁ ଆଗକୁ ବଢ଼ାଇଥିଲେ। ଏହି ଅବସରରେ ସ୍ପନ୍ଦନ ଦ୍ୱାରା ବ୍ରଜ୍ୟବସ୍ତୁ ରୁ ତିଆରୀ ଏକ ହସ୍ତଶିଳ୍ପ ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ସ୍ପନ୍ଦନ ତରଫରୁ ଅଭିଜିତ ଦେ, ଲିପ୍ସା ମହାନ୍ତି, ରାଜଳଶ୍ମି ଜେନା, ରାଜବୀର ଦାସ, ଡ୍ର. ବିକ୍ରମ ଦାସ ଓ ଶାଶ୍ୱତ ମହାପାତ୍ର ମିଳିତ ରୂପେ ପ୍ରଚଳନା କରିଥିଲେ।
