ଦୀର୍ଘ ଦିନ ର ରାସ୍ତା ସମସ୍ୟା କୁ ପୂରଣ କଲେ ବିଧାୟକ ନୀଳମଣି କଥା ଦେଇ କଥା ରଖିଲେ l
ସୋରଡା: ୧୦/୦୮/୨୫ ସୋରଡା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଶାସନ ଶାସନ ପଂଚାୟତ ଗାୟତ୍ରୀ ନଗର ୨ୟ ଲାଇନ ଅଞ୍ଚଳ ବହୁ ଦିନ ଧରି ଅବହେଳିତ ହୋଇ ରହିଥିଲା। ଯାତାୟାତ ପାଇଁ ଭଲ ରାସ୍ତାଟିଏ ନ ଥିବାରୁ ଏଠାକାର ଅଧିବାସୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ପୂର୍ବ ସରକାର ସମୟରେ ଭଲ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ବାସୀ ବହୁ ବାର ଦାବି ଜଣାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିଲା। ରହିଥିବା ମାଟି ରାସ୍ତାଟି ଖାଲଖମା ହୋଇ ଅଳ୍ପ ବର୍ଷା ରେ କାଦୁଅ ପୂର୍ଣ୍ଣ ରହୁଥିଲା। ଲୋକଙ୍କ ଯିବା ଆସିବା ଏଵଂ ଛାତ୍ରଛାତ୍ରୀଙ୍କ ସ୍କୁଲ କଲେଜ ଯିବାରେ ଅସୁବିଧା ହେଉଥିଲା।ସେହି ସମୟରେ ଗୋପାଳପୁର ଶାସନ ର ସରପଞ୍ଚ ଦେବରାଜ ମଲିକ ଙ୍କ ଜରିଆରେ ବିଧାୟକ ଙ୍କ ପାଖକୁ ରାସ୍ତା ର ଅବସ୍ଥା ବିଷୟରେ ନିର୍ବାଚନ ସମୟରେ ଜଣାଇ ଥିଲେ l ସେହି ସମୟରେ ସେ ପ୍ରତିଶୃତି ଦେଇଥିଲା ତାହା ଆଜି ସୋରଡା ବିଧାୟକ ନୀଳମଣି ବିଷୋୟୀ ନିର୍ବାଚନ ସମୟରେ ଏକ ଉତ୍ତମ ରାସ୍ତା ନିର୍ମାଣ କରାଯିବାକୁ ପ୍ରତିଶ୍ରୁତି ଦେଇ ତାକୁ ପାଳନ କରିଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେପ୍ରାୟ ୨୦୦ମିଟର ଦୈର୍ଘ୍ୟ ବିଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାହା ଫଳରେ ଏହି ଅଞ୍ଚଳରେ ବାସ କରୁଥିବା ସୁଜିତ କୁମାର ଗୌଡ଼(ପପି), ସମାଜ ସେବୀ ବାଇଧର ସ୍ବାଇଁ ପୁରରେଙ୍କ ସମେତ ସମସ୍ତ ଅଧିବାସୀ ଖୁସି ଜାହିର କରିବା ସହ ବିଧାୟକ ନୀଳମଣି ବିଷୋୟୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
