ଦିର୍ଘ ବର୍ଷ ପରେ ଅପହଞ୍ଚ ଇଲାକାରେ ନୂଆ ସମ୍ଭାବନା ସୃଷ୍ଟିହେଲ।

କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଅପହଞ୍ଚ ଇଲାକା ଏକୁଲ ସେକୁଲରେ ନୂଆ ସମ୍ଭାବନା ଆଣିଲେ ମୋହନ ସରକାର। ୪ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟରେ ପିଛୁଳି ନାଳ ଉପରେ ନିର୍ମାଣ ହେବାକୁ ଯାଉଛି ଅତି ଆବଶ୍ୟକୀୟ ସେତୁ। ଦୀର୍ଘ ବର୍ଷ ପରେ ଅପହଞ୍ଚ ଇଲାକାରେ ଲୋକଙ୍କ ଦୁଃଖ ବୁଝିଛନ୍ତି ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ। ଯାତାୟାତରେ ପ୍ରତିବନ୍ଧକ ସହ ବର୍ଷା ଦିନେ ଲୋକଙ୍କ ଯାତାୟାତରେ ବାଧକ ସୃଷ୍ଟି କରି ଆସୁଥିଲା ପିଛୁଳି ନାଳ। ଗର୍ଭବତୀ ମହିଳା ହେଉ ଅବା କୌଣସି ରୋଗୀ ଅଥବା ଲୋକଙ୍କ ଦୈନନ୍ଦିନ ଜୀବନରେ ଚଳିବା ପାଇଁ ଏକମାତ୍ର ଭରଷା ଥିଲା ପିଛୁଳି ନାଳ। ଯାହା ଏକୁଲ ସେକୁଲ ଗାଁର ଲୋକଙ୍କ ଦୁଃଖ ଭାବେ ଠିଆ ହୋଇଥିଲା। ଏ ନେଇ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ଏକ ସେତୁ ନିର୍ମାଣ ହେବାକୁ ଯାଉଛି। ଯାହା ଆଗାମୀ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ଯୋଜନା ରଖିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ପରଜଙ୍ଗ ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ଅନୁଗୋଳ ଆରସିସିଏଫ, ଢେଙ୍କାନାଳ ଡ଼ିଏଫଓ,ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦାର ଉପସ୍ଥିତ ଥିଲେ।ଆଗାମୀ ଦିନରେ ଅପହଞ୍ଚ ଏକୁଲ,ସେକୁଲ, କୋଟ ଓ ପୁଟିପାଳ ଗାଁ ଗୁଡିକର ରୂପରେଖ ଚେଞ୍ଜ ହେବ ବୋଲି ବିଧାୟକ କହିଥିଲେ। ଏଥିସହିତ ଲୋକଙ୍କ ମୌଳିକ ସୁବିଧା ଏବଂ ରୋଜଗାର ପାଇଁ ବିଭିନ୍ନ ଯୋଜନା, ଇକୋଟୋରିଜିମ, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଆଦି କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି। ଏବଂ ଲୋକଙ୍କ ନିକଟରେ ନେଟୱାର୍କ ସେବା ଦିଆଯାଇଛି, ଯାହା ଆଗାମୀ ଦିନରେ ଏହି ଅପହଞ୍ଚ ଗାଁ ଗୁଡିକୁ ବିଦ୍ୟୁତ ସଂଯୋଗୀକରଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *