ଜାତୀୟ ସେବା ଯୋଜନା ର ଉଦଯାପନି ଦିବସ

ଜାତୀୟ ସେବା ଯୋଜନା ର ଉଦଯାପନି ଦିବସ।

ଗଣିଆ – ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ,ଆଡକଟା ଠାରେ ଜାତୀୟ ସେବା ଯୋଜନାର ସ୍ବତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋପିନାଥ ସାହୁ, ନୟାଗଡ ଜିଲ୍ଲା ଜାତୀୟ ସେବା ଯୋଜନାର ସଂଯୋଜକ ଚିତ୍ତରଞ୍ଜନ ଦାଶ,ଅଧ୍ୟାପିକା ପ୍ରଜ୍ଞା ପରମିତା ରଥ,ଅଧ୍ୟାପିକା ତୃପ୍ତିମୟୀ ଦାଶ ଅଧ୍ୟାପକ ସନ୍ତୋଷ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ୭ ଦିନ ଧରି ଚାଲିଥିବା ଏହି ଶିବିର ଉଦଯାପନୀ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ୭ ଦିନ ଧରି ବୃକ୍ଷ ରୋପଣ କରିବା,ପରିବେଶ ପରିସ୍କାର କରିବା, ସଚେତନତା ବାର୍ତ୍ତା ପ୍ରଦାନ କରିବା, ଗାଁରେ ପଡିରହିଥିବା ଅଳିଆ ଆବର୍ଜ୍ଜନା ସଫା କରିବା,ଟ୍ରାଫିକ ସଚେତନତା ସୃଷ୍ଟି କରିବା ସହିତ ହେଲମେଟ ପିନ୍ଧିବା,ଗାଡି ଚଲାଇବା ବେଳେ ଫୋନ ବ୍ୟବହାର ନକରିବା,ଯୋଗ କରିବା, ଆଧ୍ୟାତ୍ମିକ ସଭା ଆଦି ବିଭିନ୍ନ କାର୍ଯ୍ୟକରି ପ୍ରଶଂସାର ପାତ୍ର ପାଲଟିଥିଲେ । ଶିବିରାର୍ଥି ମାନେ ନିଜ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ବିଶେଷକରି ଛାତ୍ରୀ ମାନେ ଘରକୁ ଯାଇ ନପାରି ଏହି ଶିବିରରେ ଉପସ୍ଥିତ ରହି ଜହ୍ନି ଓଷା ପୂଜା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ କଲେଜ ପରିସରରେ ଅନେକ ଅସାମାଜିକ ଯୁବକ ଆଡ୍ଡା ଜମାଉ ଥିବାରୁ ଛାତ୍ରୀ ମାନେ ମହାବିଦ୍ୟାଳୟ ଆସିବା ବେଳେ ନିଜକୁ ସୁରକ୍ଷିତ ମଣୁ ନଥିବା କଥା ଛାତ୍ରୀ ମାନେ ପ୍ରକାଶ କରିଥିଲେ । ଗଣିଆ ପୋଲିସ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଧ୍ୟାପକ ଅନୁରୋଧ କରିଥିଲେ । ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିବାକୁ ଛାତ୍ର ଛାତ୍ରୀ ମାନେ ଚେଷ୍ଟା କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ୭ ଦିନ ଧରି ଏହି ଶିବିରକୁ ଶାନ୍ତି ଶୃଙ୍ଖଳାରେ ସମାପ୍ତ କରିଥିବାରୁ ପ୍ରୋଗ୍ରାମ ଅଧିକାରୀଙ୍କୁ ଅଧ୍ୟକ୍ଷ କୃତଜ୍ଞତା ଜ୍ଞାପନ କରିଥିଲେ । ବିଭିନ୍ନ ପ୍ରତିଯୋଗିତା କରାଯାଇ ଶିବିରାର୍ଥି ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *