ୟୁଏଇ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ୟୁଏଇ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ l ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ୟୁଏଇ ରାଷ୍ଟ୍ରପତିଭାରତ-ୟୁଏଇ ବ୍ୟାପକ ରଣନୈତିକ ଭାଗିଦାରିତାକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କଲେ ଦୁଇ ନେତାଭାରତର ସଫଳ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ୟୁଏଇ ରାଷ୍ଟ୍ରପତିପଶ୍ଚିମ ଏସିଆରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପ୍ରୋତ୍ସାହନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ନେତା୧୮ ସେପ୍ଟେମ୍ବର ୨୦୨୬: ପିଆଇବି ଦିଲ୍ଲୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଟେଲିଫୋନ୍ କଲ୍ କରିଥିଲେ।ୟୁଏଇ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।ଉଭୟ ନେତା ଶକ୍ତି, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ନିବେଶ ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ର ସମେତ ଭାରତ-ୟୁଏଇ ବ୍ୟାପକ ରଣନୈତିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ନୂତନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।ୟୁଏଇ ରାଷ୍ଟ୍ରପତି ଭାରତର ସଫଳ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ବ୍ରିକ୍ସ ଶିଖର ସମ୍ମିଳନୀରେ ୟୁଏଇର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦଙ୍କ ଅଂଶଗ୍ରହଣ ସହ ଭାରତର ଅଧ୍ୟକ୍ଷତାରେ ସାରଗର୍ଭିତ ଫଳାଫଳ ହାସଲ କରିବାରେ ୟୁଏଇର ସହଯୋଗ ଓ ଭାଗିଦାରିତା ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିଥିଲେ।ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ଉପରେ ମତାମତ ଆଦାନପ୍ରଦାନ କରିଥିଲେ । ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ନିରନ୍ତର ସହଯୋଗ ଓ ସମନ୍ୱୟ ବଜାୟ ରଖିବା ପାଇଁ ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।
