୪୫ ବର୍ଷ ପରେ ବାଲିଦୋକାନ ମେଡିକାଲର ଜମି ମାପଚୁପ, ଅଭିଯୋଗ ପରେ କାକଟପୁର ତହସିଲ ପ୍ରଶାସନର ପଦକ୍ଷେପ
କୋଣାର୍କ,୧୮.୦୯- ଦୀର୍ଘ ପ୍ରାୟ ୪୫ ବର୍ଷ ଧରି କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ମେଡିକାଲର ଜମିଜମା ସମ୍ପର୍କିତ ମାପଚୁପ ହୋଇନଥିବା ଅଭିଯୋଗ ହୋଇଆସୁଥିଲା। ଏନେଇ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଅଭିଯୋଗ କରାଯିବା ପରେ କାକଟପୁର ତହସିଲ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ଜମିର ମାପଚୁପ କରାଯାଇଛି। ମାପଚୁପ ସମୟରେ ତହସିଲ ପ୍ରଶାସନର ଅମିନ ଛବିନ୍ଦ୍ର ନାଥ ଷଡ଼ଙ୍ଗୀ, ଚିତ୍ରେଶ୍ୱରି ଆରଆଇ ରବୀନ୍ଦ୍ର ବାରିକ, ପିଅନ ପ୍ରମୋଦ ନାୟକଙ୍କ ସହ ସ୍ଥାନୀୟ ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘଦିନ ଧରି ରହିଥିବା ଜମି ସମ୍ପର୍କିତ ସମସ୍ୟାର ତଦନ୍ତ ଓ ରେକର୍ଡ ଅନୁଯାୟୀ ସ୍ଥିତି ସ୍ପଷ୍ଟ କରିବା ପାଇଁ ଏହି ମାପଚୁପ କରାଯାଇଥିବା ଜଣାପଡ଼ିଛି। ଏହି ଅବସରରେ ମେଡିକାଲ ପ୍ରତିଷ୍ଠାତା ସଦସ୍ୟ ହରେକୃଷ୍ଣ ମହାନ୍ତି, ବାଙ୍ଗୁରିଗାଁ ମେଡିକାଲ ଅଫିସର ଡଃ ସମରଜିତ୍ ମଲ୍ଲିକ, ବାଲିଦୋକାନ ମେଡିକାଲ

ଅଫିସର ଡ଼ଃ ଅବିନାଶ ସ୍ବାଇଁ, ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ, ଟୁକୁନା ଗୁରୁ, ଶିବ ପାଢ଼ୀ ଓ ମଣ୍ଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ପୂର୍ବରୁ ତହସିଲଦାର, ବିଡ଼ିଓ, ଅତିରିକ୍ତ ତହସିଲଦାରଙ୍କ ସମେତ ବିଧାୟକ ତୁଷାରକାନ୍ତି ବେହେରା ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକଙ୍କୁ ଦୃଷ୍ଟି ଗୋଚର କରାଯାଇଅଛି।ଏହା ପରେ ବାଲିଦୋକାନ ମେଡିକାଲର ଜମି ସମ୍ପର୍କିତ ବିଷୟରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।
