ବିଶ୍ବର ସର୍ବ କନିଷ୍ଠ ବୀର ସହୀଦ ବାଜି ରାଉତଙ୍କ ଶତବାର୍ଷିକ ଜୟନ୍ତୀ ସମାରୋହ ଅନୁଷ୍ଠିତ।
Place-Dhenkanal Date-5/10/2025Anchor-ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନୀଳକଣ୍ଠପୁର ଗାଁର ବିଶ୍ବର ସର୍ବ କନିଷ୍ଠ ବୀର ସହୀଦ ବାଜି ରାଉତଙ୍କ ଶତବାର୍ଷିକ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହୀଦ ବାଜି ରାଉତଙ୍କ ବଳିଦାନକୁ ନେଇ ଆଲୋକପାତ କରିଥିଲେ। ଜନ୍ମ ମାଟି ନୀଳକଣ୍ଠପୁର ଗାଁକୁ ବୀରପୁତ୍ର ଐତିହ୍ୟ ଗାଁର ମାନ୍ୟତା, ସହୀଦ ବାଜି ରାଉତଙ୍କ ପୀଠର ପୁନଃଉଦ୍ଧାର, ବାଜି ରାଉତ ସ୍ମାରକୀ, ସ୍ପୋର୍ଟ୍ସ କ୍ୟାମ୍ପସ, ଭୁବନେଶ୍ୱରର ଏକ ଲେନକୁ ବାଜି ରାଉତଙ୍କ ନାମରେ ନାମିତ କରିବା ଭଳି ଅନେକ କାର୍ଯ୍ୟକ୍ରମ ସରକାର କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ ବର୍ଷେ ବ୍ୟାପୀ ବାଜି ରାଉତଙ୍କ ନାମରେ କାର୍ଯ୍ୟକ୍ରମ ଜାରି ରହିବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ବିଭୂତି ଭୂଷଣ ପ୍ରଧାନ,ଶତୃଘନ ଜେନା,ସୀମାରାଣୀ ନାୟକ, ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ପ୍ରମୁଖ ଯୋଗଦାନ କରିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହୀଦଙ୍କ ପରିବାର ଲୋକଙ୍କୁ ସମ୍ମାନିତ କରିବା ସହ ତାଙ୍କ ନାମରେ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ।ତେବେ ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀର ଘାଟ ଜଗିଥିବା ବେଳେ ଗୋରା ସାହେବଙ୍କ ଗୁଳିରେ ଟଳି ପଡ଼ିଥିଲେ। ତାଙ୍କ ସହିତ ନିଳକଣ୍ଠପୁର ଗାଁର ହୁରୁଷି, ରଘୁ, ଗୁର, ନଟ, ଲକ୍ଷ୍ମଣ ଓ ଫଗୁ ମଧ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ଶହିଦ ହୋଇଗଲେ । ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା । ଶେଷରେ ଆଜିର ଖାନନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କୁ ଦାହ କରାଯାଇଥିଲା । ଯାହାଙ୍କ ବଳିଦାନ ଅମର ଅକ୍ଷରରେ ଇତିହାସ ପୃଷ୍ଠରେ ଲିପିବଦ୍ଧ ହୋଇ ରହିଛି।
