ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ

ଭଦ୍ରକ: ୦୬.୧୦.୨୦୨୫ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ସଦଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଦିଲିପ ରାଉତରାଏ, ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଶୁଭେନ୍ଦ୍ର ସାମଲ, ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଧିରଞ୍ଜନ ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଜ୍ଞାନ ରଞ୍ଜନ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଦ୍ରକ ରଶ୍ମିରଞ୍ଜନ ମଲ୍ଲିକ, ତହସିଲଦାର ଭଦ୍ରକ ସଂଗ୍ରାମ କେଶରୀ ଖୁଣ୍ଟିଆ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୧୧୬ ଆବେଦନ ପତ୍ର ଦାଖଲ ହୋଇଥିଲା ।

ସେଥିରୁ ୧୦୦ ଟି ବ୍ୟକ୍ତିଗତ ଥିଲାବେଳେ , ୧୬ ଟି ସାମୁହିକ ଥିଲା। ୨୬ ଟି ର ସମାଧାନ ସଙ୍ଗେ ସଙ୍ଗେ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୬ ଜଣଙ୍କୁ ଓ ରେଡକ୍ରସ ରୁ ୬ ଜଣଙ୍କୁ ମୋଟ ୧,୨୩,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା। ଆଜିର ଜନଶୁଣାଣୀ ରେ ମୁଖ୍ୟତଃ ଚାଷୀ ପଞ୍ଜୀକରଣ, ମଧୁବାବୁ ପେନସନ, ପି ଏମ ଆବାସ ଯୋଜନା ରେ ଗୃହ ବଣ୍ଟନ, ଜମିଜମା ସଂପର୍କିତ, ସରକାରୀ ଜମିରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଛେଦ ବଦଳରେ ଜମି/ଗୃହ ଆବଣ୍ଟନ ଅଭିଯୋଗ ସହିତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା ।

Leave a Reply

Your email address will not be published. Required fields are marked *