ବିଜେଡି ରାଜ୍ୟ ସ୍ତରୀୟ ସଂଯୋଜକ ଦାୟିତ୍ୱ ରେ ରହିଲେ ରଶ୍ମି ।
ତିର୍ତ୍ତଲ:ଓଡିଶା ବିଜେଡି ଉଭୟ ସୋସିଆଲ ମେଡିଆ ଏବଂ ଆଇ.ଟି. ମେଡିଆ ସ୍ତରରେ ପୁନର୍ବ୍ୟସ କରିଛି । ରାଜ୍ୟ ବିଜେଡି ର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ରଙ୍କ ସ୍ଵାକ୍ଷର ରେ ଦଳ ପକ୍ଷରୁ ଘୋଷଣା ହୋଇଥିବା ତାଲିକା ରେ ଜଗତସିଂହପୁର ଜିଲ୍ଲା ର ଯୁବ ନେତା ରାଜ୍ୟ ସ୍ତରୀୟ ପ୍ରଭାବୀ ସଂଯୋଗ ଦାଇତ୍ୱ ରେ ରଶ୍ମି ରଞ୍ଜନ ଚୌଧୁରୀ ଙ୍କୁ ସ୍ଥାନ ମିଳିଛି । ରଶ୍ମି ଚୌଧୁରୀ ପୂର୍ବରୁ ଜଗତସିଂହପୁର ଜିଲ୍ଲା ଯୁବ ଜନତା ଦଳର ସମ୍ପାଦକ , ଜିଲ୍ଲା ଆଇଟି ଉଇଙ୍ଗ ର ଉପଦେଷ୍ଟା ସମେତ କୋର କମିଟି ରେ ମଧ୍ୟ ଦଳ ପାଇଁ କାର୍ଯ୍ୟ କରି ଆସିଛନ୍ତି । ସେହିପରି ୨୦୧୯ ବିଭିନ୍ନ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବ୍ଳକ ର ଦାଇତ୍ୱ ମଧ୍ୟ ତୁଲାଇ ଥିଲେ ରଶ୍ମି । କେବଳ ସେତିକି ନୁହେଁ ପୂର୍ବରୁ ଯୁବ ବିଜେଡି କୋର କମିଟି ରେ ସଦସ୍ୟ ଥିବା ବେଳେ ଭାରତୀୟ ସଂଚାର ନିଗମ ଲିମିଟେଡ଼ କଟକ ଯୋନ ର ସଦସ୍ୟ ମଧ୍ୟ ରହି ଆସିଛନ୍ତି ।
