ଘର ଘର ଅଗର, ଘର ଘର ରୋଜଗାର

ଘର ଘର ଅଗର, ଘର ଘର ରୋଜଗାର ।

ବାଲିଗୁଡା ,ତୁମୁଡିବନ୍ଧ ,ଆମେ ଜାଣିଛେ କନ୍ଧମାଳ ଜିଲ୍ଲା ଏକ ପାହାଡ଼ ଜଙ୍ଗଲ ଘେରା ପ୍ରକୃତିର ଶୋଭା ବର୍ଦ୍ଧିତ କରୁଥିବା ଆଦିବାସୀ ବହୁଳ ଅଞ୍ଚଳ ! ଏହି ଜିଲ୍ଲାର ମୂଳ ଅଧିବାସୀ ମାନେ କୃଷି ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ପରିବାର ପରିପଷଣ କରନ୍ତି ! ବିଗତ ଦିନରେ ଜିଲ୍ଲାରେ ଥିବା ଜଙ୍ଗଲରେ ବହୁଳ ଭାବେ ଘଞ୍ଚ ଜଙ୍ଗଲୀ ଗଛ ରହିଥିଲା କିନ୍ତୁ ଆଜିକା ସମୟରେ ଆଉ ନାହିଁ ସେହି ଜଙ୍ଗଲ ନା ଗଛ ! କାଳକ୍ରମେ ଜିଲ୍ଲାର ମୂଳ ଅଧିବାସୀଙ୍କ ସରଳତାର ସୁଯୋଗ ନେଇ ବାହାର ଜିଲ୍ଲାର କେତେକ କାଠ ମାଫିଆ ବିଭିର୍ଣ୍ଣ ସରକାରୀ ଓ ପ୍ରଶାସନଙ୍କୁ ହାତ କରି ଜିଲ୍ଲାରୁ ଗଛ କାଟି ଶେଷ କରିଦେଲେଣି ! ଜିଲ୍ଲାରେ ଏହି ସବୁ ଜଙ୍ଗଲ ନଷ୍ଟ କୁ ନେଇ ଜିଲ୍ଲାବାସୀ ଲାଭବାନ ପରିବର୍ତ୍ତେ ବହୁଗୁଣରେ କ୍ଷତି ସହି ଚାଲିଛନ୍ତି ! କାରଣ ଆମ ଜିଲ୍ଲାବାସୀଙ୍କ ସଚେତନତାର ଅଭାବ ଆଉ ପ୍ରଶାସନର ଦୁର୍ବଳତା !
. ଏହି ପରିପେକ୍ଷୀରେ ଆଜି ଆମ ଜିଲ୍ଲା ତୁମୁଡିବନ୍ଧ ପଂଚାୟତ ସମିତି ଜଳେଶପଟ୍ଟା ମନ୍ଦିର ପ୍ରାଙ୍ଗଣ ଠାରେ ଷ୍ଟ୍ରଗଲ ଫର ଚେଞ୍ଜ ନାମକ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ” ଘର ଘର ଅଗର — ଘର ଘର ରୋଜଗାର ” ବାର୍ତ୍ତା ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି ! ଏହି ସଚେତନ ସଭାରେ ” ଅଗର ଉଡ଼ ” ନାମକ ଏକ ମୂଲ୍ୟବାନ ଗଛ ର ଉପକାରିତା ଓ ଉପକୃତ ହେବା ଉପରେ ଷ୍ଟ୍ରଗଲ ଫର ଚେଞ୍ଜ ର ରାଜ୍ୟ ନିର୍ଦେଶକ ଶ୍ରୀ ବିଜୟ କୁମାର ବେହେରା,, ଶ୍ରୀ ଦୀପକ ଏସ ରାଘବ,, ଶ୍ରୀ ରତ୍ନାକର ମହାପାତ୍ର ମିଳିତ ଭାବେ ଅତି ସୁନ୍ଦର ଓ ସରଳ ଭାବେ ଆଲୋକପାତ କରିଥିଲେ ! ” ଅଗର ଉଡ଼ ” ଗଛ ମୂଲ୍ୟବାନ ହେତୁ ଭାରତ ସରକାର ପୂର୍ବରୁ ଏହା ଉପରେ ରୋକ ଲଗାଇଥିଲେ କିନ୍ତୁ ଗତ ୨୦୨୧/୨୦୨୨ ମସିହା ରେ ଭାରତ ସରକାର ଏହାକୁ ଘରେ ଘରେ ଲଗାଇବା ଆଉ ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି ! ଷ୍ଟ୍ରଗଲ ଫର ଚେଞ୍ଜ ସ୍ବେଛାସେବୀ ଅନୁଷ୍ଠାନ ଭାରତ ସରକାରଙ୍କ ଅନୁମତି ପତ୍ର ନେଇ ଆଜି ଓଡ଼ିଶାର ବିଭିର୍ଣ୍ଣ ଜିଲ୍ଲାରେ ” ଅଗର ଉଡ଼ ” ଗଛ ଲଗାଇବା ଉପରେ ପ୍ରୟାସ ଜାରିରଖିଛନ୍ତି ! ଲୋକେ ଏହି ଗଛ ଘରେ ଘରେ ଲଗାଇ ଯେମିତି ଲାଭବାନ ହୋଇପାରିବେ ତାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ,, କୋଟଗଡ଼,, ବାଲିଗୁଡା,, କେ ନୁଆଗାଁ ବ୍ଲକରୁ ପ୍ରାୟ 60 ଜଣ କିଛି ଶିକ୍ଷିତ ଯୁବକଯୁବତୀ ଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରିଥିଲେ ! ଯଦ୍ୱାରା ନିର୍ଦେଶକ ଙ୍କ କହିବାନୁଯାୟୀ ଜିଲ୍ଲାରେ ଆଗାମୀ ଦିନରେ ପ୍ରାୟ 200 ଜଣ ଆତ୍ମନିଭରଶୀଳ ହୋଇପାରିବେ ! ଏହାସହ ଜିଲ୍ଲାର ହଜାର ହଜାର ଲୋକ ଆସନ୍ତା ଦଶ ବର୍ଷ ମଧ୍ୟରେ ଏହି ଅଗର ଉଡ଼ ଗଛ ଲଗାଇ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ! ଉଦାହରଣ ସ୍ୱରୂପ କୋଟଗଡ଼ ପଂଚାୟତ ସମିତିର ଶ୍ରୀରାମ. ପୁର ପଂଚାୟତର ତରୁଣ କୁମାର ପାଞ୍ଚ ହଜାର ଗଛ ନିଜ ଅଂଚଳରେ ଲଗାଇ ଚହଳ ସୃଷ୍ଟି କରିସାରିଛନ୍ତି ! ଜିଲ୍ଲାରେ ଜିୟୋଜିତ ହୋଇଥିବା ସମସ୍ତ ପଂଚାୟତ ସମିତି ସଂଯୋଜକ ମାନଙ୍କୁ ନିଜ ନିଜର ପଂଚାୟତ ସଂଯୋଜକଙ୍କୁ ତାଲିମ ଓ ସହଯୋଗ ଦେଇ କାର୍ଯ୍ୟ କୁ ତୋରାଣିତ କରିବା ପାଇଁ ନିର୍ଦେଶ ଦେଇଥିଲେ ! ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ଶ୍ରୀ ଅନିରୁଦ୍ଧ ସାହାଣୀ ଓ ଅଚ୍ୟୁତାନନ୍ଦ ସେଠି ପରିଚାଳନା କରିଥିଲେ !

Leave a Reply

Your email address will not be published. Required fields are marked *