ସଂଘ ମନସ୍କତା ପ୍ରଗତିର ମୂଳମନ୍ତ୍ର : ମହାସଚିବ ରୋଶନ୍କ.

ନୂଆଗାଁ (କନ୍ଧମାଳ), ତା. ୦୬/୧୦ : କଳା ଓ କଳାକାର ହିତୈଷୀ ମହାମଞ୍ଚ “କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ” ଏବଂ “କ. ନୂଆଗାଁ ବ୍ଲକ କଳାକାର ସାଂସ୍କୃତିକ ସଂଘ” ମିଳିତ ଆନୁକୂଲ୍ୟରେ ବ୍ଲକ ବୈଠକ ଗୃହ ପରିସରରେ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଙ୍ଘର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ କଳାକାରମାନେ ସଂଘଟିତ ହେଲେ ହିଁ ଆମ କଳା ଓ କଳାକାରଙ୍କ ଉନ୍ନତି ସାଧନ ସମ୍ଭବ ବୋଲି ସମାବେଶକୁ ଉଦବୋଧନ ଦେଇଥିଲେ। ଜିଲ୍ଲା କଳାକାର ସଂଘ ଉପସଭାପତି ରବୀନ୍ଦ୍ର ପ୍ରଧାନ, ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଶବର ପାତ୍ର, ମହାସଂଘ ଉପ ମହାସଚିବ ପ୍ରଦୀପ କୁମାର ସାହୁ ଏବଂ ସଂଘ କର୍ମକର୍ତ୍ତା ସନ୍ନ୍ୟାସୀ ବାଘ, କେଶରୁ ମଲିକ, ଭଞ୍ଜଦେଓ ପାତ୍ର, ଚିତ୍ରସେନ ପ୍ରଧାନ, କରୁଣାକର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକାରଙ୍କ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ।

କଳାକାର ଭତ୍ତା ବୃଦ୍ଧି, ନୂତନ କଳାକାରଙ୍କୁ ଭତ୍ତା ପ୍ରଦାନ, ଭାଗବତ ଟୁଙ୍ଗି ନିର୍ମାଣ, କଳାକାର ବୀମା ପ୍ରଦାନ, ବ୍ଲକ କଳାକାର ଗୃହ ନିର୍ମାଣ ଆଦି ଆଠ ଦଫା ସମ୍ବଳିତ ଦାବି ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦେବା ନିମନ୍ତେ ସ୍ଥିର କରାଯାଇଥିଲା। ଏହି ଅବସରରେ ମହାସଂଘ ପକ୍ଷରୁ ସର୍ବଶ୍ରୀ ତ୍ରିନାଥ ପଣ୍ଡା, ଶବର ପାତ୍ର, ସନାତନ ଗୌଡ଼, ସୁକାନ୍ତ ବେହେର୍ଦ୍ଦଳାଇ, ସଲମନ୍ ନାୟକ, ସନ୍ନ୍ୟାସୀ ବାଘ, ହେରଦ କୁମାର ନାୟକ, ଅନ୍ତର୍ଯ୍ୟାମୀ ଦିଗାଳ ପ୍ରମୁଖ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଉପସଭାପତି ସନାତନ ଗୌଡ଼ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *