ଫୁଲବାଣୀ ଘରୋଇ ବସ ମାଲିକ ସଙ୍ଘ ଦୁର୍ଗା ମେଢ଼ ରାଜ୍ୟ ଟି ଭି ଚାନେଲ ଦ୍ୱାରା ପୁରସ୍କୃତ ।

କନ୍ଧମାଳ ଜିଲ୍ଲା ର ଫୁଲବାଣୀ ଘରୋଇ ବସ ମାଲିକ ସଙ୍ଘ କୁ ସର୍ବୋତ୍ତମ୍ଭ ଦୁର୍ଗା ମେଢ଼ ବିବେଚନା କରି ରାଜ୍ୟ ର ଏକ ଟି ଭି ଚାନେଲ ଦ୍ୱାରା ପୁରସ୍କୃତ ହୋଇଛନ୍ତି! ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇ ଥିଲା ଫୁଲବାଣୀ ପି ଏ ଆଇ ଟି ଡି ଏ ଶ୍ରୀ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲାବେଳେ ଫୁଲବାଣୀ ପୋଲିସ ଏସ ଡି ପି ଓ ଶୁଭ୍ରଜିତ ବିଶ୍ୱାଳ ଓ ଥାନା ଅଧିକାରୀ ପି ସ୍ୱରୂପ କିଶନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ! ସଂଘର ସଭାପତି ପ୍ରଶାନ୍ତ ପାତ୍ର ସଭାରେ ସଭା ପତିତ୍ୱ କରିଥିଲେ! ଦୀର୍ଘ ଛତିଶ ବର୍ଷ ଧରି ମା ଦୁର୍ଗା ଙ୍କର ପୂଜା କରି ଆସୁଥିବା ନେଇ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ଅବଗତ କରିଥିଲେ! ମୂର୍ତ୍ତି ତିଆରି ପାଇଁ ନୟାଗଡ଼ ଓ ତୋରଣ ସାଜସଜା ପାଇଁ କଲିକତାରୁ କାରିଗର ଓ ଶିଳ୍ପୀ ଆସିଥାନ୍ତି । ଦୁର୍ଗା ପୂଜା ବ୍ୟତୀତ ସଙ୍ଘ କୋଭିଡ ସମୟରେ ସକ୍ରିୟ ଭାବେ କାର୍ଯ୍ୟ କରିଥିଲା । ସଡ଼କ ସପ୍ତାହ ପ୍ରତିବର୍ଷ କରାଯାଉଛି ବୋଲି ସମ୍ପାଦକ କହିବା ସହ ଯାତ୍ରୀ ମାନଙ୍କୁ ସେବା ଓ ଉତ୍ତମ ବ୍ୟବହାର ପାଇଁ ସଙ୍ଘ ଗୁରୁତ୍ୱ ଦେଇ ଆସୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ! ମୁଖ୍ୟ ଅତିଥି ଶ୍ରୀ ପାତ୍ର ଟି ଭି ସଂସ୍ଥା ପକ୍ଷରୁ ପ୍ରଦତ୍ତ ଶିଲଡ଼ ସଭାପତି ଶ୍ରୀ ପ୍ରଶାନ୍ତ ପାତ୍ର ଙ୍କୁ ପ୍ରଦାନ କରିଥିଲେ । ଏସ ଡି ପି ଓ ଶ୍ରୀ ବିଶ୍ୱାଳ ସଙ୍ଘ ର ଏହି ପୁରାତନ ପରମ୍ପରାକୁ ସର୍ବଦା ବଜାୟ ରଖିବାକୁ ଆୱାହ୍ନ୍ନ ଦେବା ସହ ସଙ୍ଘର ଏକତା ପାଇଁ ଭୁୟସୀ ପ୍ରଶଂସା କରିଥିଲେ, ବସ ଷ୍ଟାଣ୍ଡ ରେ ଶାନ୍ତି ଶୃଙ୍ଖଳା ରଖିବାକୁ ସେ ପରାମର୍ଶ ଦେଇଥିଲେ!ବସ ଷ୍ଟାଣ୍ଡ ରେ କିଛି ବିଶୃଙ୍ଖଳା ହେଲେ ପୋଲିସ ସହାୟତା ପାଇଁ ପ୍ରସ୍ତୁତ ଅଛି ଏବଂ ସଙ୍ଘ କର୍ମକର୍ତା ଙ୍କ ର ସହଯୋଗ ର ଆବଶ୍ୟକତା ରହିଛି ବୋଲି ଥାନାଧିକାରୀ ପି ସ୍ୱରୂପ କିଶନ ମତବ୍ୟକ୍ତ କରିଥିଲେ । ଶେଷ ରେ ନରେନ୍ଦ୍ର ସାହୁ ଅତିଥି ମାନଙ୍କୁ ଓ ଶିଲଡ ପ୍ରଦାନ କରିଥିବାରୁସବୁ ଏଲକ୍ଟ୍ରୋନିକ ମିଡ଼ିଆ ର ରିପୋର୍ଟର ଶ୍ରୀ ପ୍ରଶାନ୍ତ ଜେନା ଙ୍କୁ ଧନ୍ୟ ବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *