କନାଗୁଳି ମା” ଗଜଲକ୍ଷ୍ମୀ ପୂଜା ଉତ୍ସବରେ ଯୋଗଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

କନାଗୁଳି ମା” ଗଜଲକ୍ଷ୍ମୀ ପୂଜା ଉତ୍ସବରେ ଯୋଗଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଏରସମା :ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠୀ ପଞ୍ଚାୟତ କନାଗୁଳି ଗ୍ରାମରେ ନୀଳକଣ୍ଠେଶ୍ଵର ସାର୍ବଜନୀନ ମା” ଗଜଲକ୍ଷ୍ମୀଙ୍କ ପୂଜା କମିଟି ତରଫରୁ ସପ୍ତମ ବାର୍ଷିକ ମା”ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି।ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ସଭା ର ଆୟୋଜନ ମଧ୍ୟ କରାଯାଉଥିବା ବେଳେ ବୁଧବାର ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମା” ଗଜଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ।ମଞ୍ଚରେ ପ୍ରଦୀପ ପ୍ରଜ୍ଜେଳନ କରି ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ। ମନ୍ତ୍ରୀ ତାଙ୍କର ବକ୍ତବ୍ୟରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତଙ୍କୁ ଢେର ପ୍ରଶଂସା କରିଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର କହିଥିଲେ ମୋତେ ଦାମୋଦର ରାଉତଙ୍କ କ୍ଟାଟର ମିଳିଛି, ସାମ୍ବାଦିକ ମାନେ ମୋତେ ପ୍ରଶ୍ନ କରୁଛନ୍ତି ଆପଣ ଦାମ ବାବୁଙ୍କ ଭଳି କହୁଛନ୍ତି, ମନ୍ତ୍ରୀ ଉତ୍ତର ରଖିଥିଲେ ଦାମବାବୁ ଯେମିତି ସ୍ପଷ୍ଟ କଥା କୁହନ୍ତି ମୁଁ ସେହିପରି ସ୍ପଷ୍ଟ କଥା କହେ ବେଲି ସମସ୍ତେ କହୁଛନ୍ତି।ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ନେତା ସତ୍ୟସାରଥି ମହାନ୍ତି ଙ୍କୁ ମଧ୍ୟ ପ୍ରଂଶସା କରି ତାଙ୍କ ନେତୃତ୍ୱରେ ବାଲିକୁଦା ଏରସମା ର ବିଜେପି ସଂଗଠନ ମଜଭୂତ ହେବା ସହିତ ବିକାଶ କ୍ଷେତ୍ରରେ ଆଗେଇ ଚାଲିଛି।ଶ୍ରୀଯୁକ୍ତ ମହାନ୍ତି ଗତ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥି ହେଇଥିଲେ ପରାଜୟ ହେଇ ମଧ୍ୟ ସାଧାରଣ ଲୋକମାନଙ୍କ ସହିତ ଅଛନ୍ତି ତେଣୁ ଆଗାମୀ ନିର୍ବାଚନରେ ସେ ସୁନିଶ୍ଚିତ ଜିତିବେ ବୋଲି ମନ୍ତ୍ରୀ ଦୃଢକ୍ତି ପ୍ରକାଶ କରିଥିଲେ।ଏ ଅଞ୍ଚଳରେ ଏତେ ସଂଖ୍ୟାକ ଲୋକ ମାନଙ୍କ ଭଲ ପାଇଁବା ମୋ ପ୍ରତି ଅଛି ମୁଁ ଆପଣମାନଙ୍କ ଅଞ୍ଚର କନାଗୁଳି ଗ୍ରାମରେ ପାନୀୟଜଳ ଓ ରାସ୍ତାଘାଟର ସମସ୍ୟା ଯଥାଶୀଘ୍ର ସମାଧାନ କରାଯିବ ସହିତ ଯେଉଁମାନେ ରାସନ କାର୍ଡ ପାଇବାକୁ ଯୋଗ୍ୟ ସେମାନେ ଆପ୍ଲାୟ କରନ୍ତୁ ସେମାନଙ୍କୁ ଯଥାଶୀଘ୍ର ରାସନ କାର୍ଡ ଦିଆଯିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଏରସମା ବ୍ଲକ ବିଡିଓ ଦାଶରଥି ଜେନା, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ଚିତ୍ତରଞ୍ଜନ କଂସ, ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତି,ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ୱାଇଁ,ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ନୃସିଂହ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ନିଲିପ୍ତ ଜେନା, ତିନି ନଂ ଜୋନର ମଣ୍ଡଳ ସଭାପତି ଅମରେନ୍ଦ୍ର ଦଳାଇ,ନାରିନେତ୍ରୀ,ରାଜଶ୍ରୀ ପଟ୍ଟନାୟକ ,ଅମିତା ଅପା ପ୍ରମୁଖ ଉପସ୍ଥିତ ଥିଲେ। ରହି କଳାକାର ମାନଙ୍କୁ ସମ୍ମାନିତ କରିଥିଲେ। ଜପା ପଞ୍ଚାୟତର ପୂର୍ବତନ ସରପଞ୍ଚ ତପନ କୁମାର ଗଚ୍ଛାୟତ ଅତିଥି ପରିଚୟ ପ୍ରଦାନ କରିଥିଲେ।ହଜାର ହଜାର ସଂଖ୍ୟାକ ଦର୍ଶନଙ୍କ ଭିଡ କୁ ନିୟନ୍ତ୍ରଣ କରିବା ପାଇଁ ଏରସମା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଥିଲା।ଗ୍ରାମରେ ଭକ୍ତି ମେୟ ପରିବେଶ ସୃଷ୍ଟି ହୋଇଥିଲା ଓ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଥିଲା। କନାଗୁଳି ନୀଳକଣ୍ଠେଶ୍ଵର ମା”ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ମନ୍ମମଥ ଚନ୍ଦ୍ର ଦାଶ, ସଂପାଦକ ସନ୍ତୋଷ କୁମାର ନାୟକଙ୍କ ସମେତ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାଳ ସହିତ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *