ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ଚିରଞ୍ଜୀବ ବିଶ୍ୱାଳ
Date-10/10/25*ଜଗତସିଂହପୁର ରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା*ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ଚିରଞ୍ଜୀବଆଙ୍କର- ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଙ୍କୁ ବିଜୁ ଜନତା ଦଳର ଉପସଭାପତି ଦାୟିତ୍ୱ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବା ପରେ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଜଣାଇଛନ୍ତି ଚିରଞ୍ଜୀବ ବିଶ୍ୱାଳ । ଆଜି ଜଗତସିଂହପୁର ଜିଲ୍ଲାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ନିର୍ବାଚନ ମଣ୍ଡଳୀ ର ବିଜେଡି ନେତା ଓ କର୍ମୀ । ଏହା ସହିତ ବିଜୁ ଜନତା ଦଳର ନେତା ଓ କର୍ମୀ ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ବିଜେଡି ଶିବିରରେ ଉତ୍ସବ ର୍ ମାହୋଲ ଦେଖିବାକୁ ମିଳିଛି । ଆଜି ଅପରାହ୍ନ ରେ ଚିରଞ୍ଜୀବ ବିଶ୍ୱାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବହୁ ବିଜେଡି ନେତା ଓ କର୍ମୀମାନେ ଏକତ୍ରିତ ହେବା ସହିତ ଚିରଞ୍ଜୀବ ବିଶ୍ୱାଳ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ତେବେ ଆଗାମୀ ଦିନରେ ରାଜ୍ୟରେ ବିଜୁ ଜନତା ଦଳ କୁ ସୁଦୃଢ କରିବା ସହିତ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବିଜୁ ଜନତା ଦଳ କିପରି ଅଧିକ ଶକ୍ତିଶାଳୀ ହେବ ସେ ନେଇ ସେ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ଅପରପକ୍ଷରେ ଚିରଞ୍ଜୀବ ବିଶ୍ୱାଳ ଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଜିଲ୍ଲା ବିଜେଡି ରେ ଖୁସିର ଲହରୀ ଖେଳିଯାଇଛି ।
