ଅଲେଖପୁର ଗ୍ରାମ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ।
ଆଠମଲ୍ଲିକ,୧୦/୧୦ () ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅଲେଖପୁର ଗ୍ରାମରେ ମା ପଦ୍ମାଳୟା ପୂଜା କମିଟି ପକ୍ଷରୁ ମା ଗଜଲକ୍ଷ୍ମୀ ଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି । ନାମ ସଙ୍କୀର୍ତ୍ତନ ହରିବୋଲ ହୁଳହୁଳି ଶବ୍ଦରେ କଳସୀ ଯାତ୍ରା ମାଧ୍ୟମରେ ମା ଗଙ୍ଗା ମାତାଙ୍କୁ ନିମନ୍ତ୍ରୀଣ ରେ ଆଣି ପୂଜା ମଣ୍ଡପରେ ଅବସ୍ଥାପିତ କରି ଆନୁଷ୍ଠାନିକ ଭାବେ ରୀତି ନୀତି ଅନୁସାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଯଥା ବିଧିରେ ଅନୁଷ୍ଠିତ ହୋଇଯାଇଛି । ତତ ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ କୁ ନିମନ୍ତ୍ରିତ କରି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏଥିରେ କମିଟି ର ସଭାପତି ଈଶ୍ୱର ଚନ୍ଦ୍ର ପ୍ରଧାନ ,ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ, ସଭ୍ୟ ଶ୍ରୀ ଯୋଗେଶ୍ୱର , ତପନ ,ପପୁନୁ, ଶୁନିଲି, ସୁବ୍ରତ, ତାରାଦତ୍ତ , ସୁଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ପ୍ରଧାନ, ଦିପୁନୁ, ଦୀପକ ,ଶ୍ରୀକାନ୍ତ ସମେତ ଗ୍ରାମର ସମସ୍ତ୍ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳନା କରିଥିଲେ । କର୍ତ୍ତା ଭାବେ ପବନା ପ୍ରଧାନ ଓ ସହଧର୍ମିଣୀ ପ୍ରଭାତୀ ପ୍ରଧାନ କାର୍ଯ୍ୟ ତୁଲାଇଥିବା ବେଳେ ଦିଜବର ପ୍ରଶାନ୍ତ କୁମାର ଶତପଥୀ ଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
