ତୀର୍ଥକ୍ଷେତ୍ର ପ୍ରଭାବ

ତୀର୍ଥକ୍ଷେତ୍ର ପ୍ରଭାବ।
ପିଇବା ପାଣି ରୁ ବାହାରୁଥିଲା ଜିଆ।
ଖବର ପ୍ରସାରଣ ପରେ ତୁରନ୍ତ ପାଇପ୍ କାମ ହେଲା।
ନୂଆ ପାଇପ୍ ପଡ଼ିବା ସହିତ ଘରକୁ ଆସିଲା ସ୍ବଛ ପାଣି।

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ରେ ଥିବା ବସୁଧା ଯୋଗନା ମାଧ୍ୟମରେ ତୁଳଙ୍ଗ ପଞ୍ଚାୟତ ର ପମ୍ପ ହାଉସ୍ ରୁ ପାଣି ସପ୍ଲାୟ ହେଉଥିବା ବେଳେ ସେଥିରୁ କେଉଁଠି ଜିଆ ବାହାରିଲାଣି ତ ଆଉ କେଉଁଠି ପାଣି ମିଶା ପଙ୍କ ଆଉ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ ହୋଇଥିଲା।ଏ ସମ୍ପର୍କରେ ଲୋକମାନେ ସ୍ଥାନୀୟ ସରପଞ୍ଚ ଓ ବିଭାଗୀୟ ଅଧିକାରୀଶୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସମାଧାନ ହୋଇପାରୁ ନଥିବା ଲୋକମାନେ ଅଭିଯୋଗ କରିଥିଲେ। ଆଜକୁ ପାଞ୍ଚ ମାସରୁ ଉର୍ଦ୍ଧ୍ବ ହେବ ପମ୍ପ ହାଉସ ପାଖରେ ପାଇପ ଫାଟି ସେହି ବାଟଦେଇ ବହୁ ଅଳିଆ ଆବର୍ଜନା ଲୋକଙ୍କ ଘରକୁ ଯାଉଥିବା ବେଳେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଥିଲା।ଏହି ପମ୍ପ ହାଉସ୍ ପାଣି ଉପରେ ତୁଳଙ୍ଗ , ଇବ୍ରିସଂ, ଜଗନ୍ନାଥପୁର ର ତିନୋଟି ପଞ୍ଚାୟତ ର ୧୦ ହଜାର ରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରିବା ସହିତ ଏହି ପାଣି ଦୈନନ୍ଦିନ ବ୍ୟବହାର କରୁଛନ୍ତି।ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଥିଲେ। ଏ ସମ୍ପର୍କରେ ଗତ ୭ ତାରିଖ ରେ ତୀର୍ଥକ୍ଷେତ୍ର ରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରସାରଣ ପରେ ତୁରନ୍ତ ଘଟଣା ସ୍ଥଳରେ ବିଭାଗୀୟ ଅଧିକାରୀଣୀ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚି ଜେସିବି ସାହାଯ୍ୟ ରେ ଫାଟିଥିବା ପାଇପ୍ ଖୋଳି ମରାମତି କରିଛନ୍ତି। ନୂତନ ପାଇପ୍ ବିଛେଇବା ସହିତ ବ୍ଲିଚିଂ ପକେଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ବର୍ତ୍ତମାନ ଲୋକମାନଙ୍କ ପାଖରେ ସ୍ବଛପାଣି ପହଞ୍ଚି ପାରିଛି। ଏଥିପାଇଁ ଲୋକମାନେ ତୀର୍ଥକ୍ଷେତ୍ର ଖବର କାଗଜ କୁ ଧନ୍ୟବାଦ ଦେଇଛନ୍ତି।

Leave a Reply

Your email address will not be published. Required fields are marked *