ପୁରୀ ପୋଲିସ ପକ୍ଷରୁ ଅପରାଧ ରାସ୍ତା ଛାଡ଼ି ନୂତନ ଜୀବନ ପାଇଁ ଶିଶୁ ମାନଙ୍କ ସହିତ ବିଶେଷ ସଚେତନତା ସଭା
ପୁରୀ ଏସ୍ପି ସମସ୍ତ ଶିଶୁମନଙ୍କୁ ଭବିଷ୍ୟତ ଗଡ଼ିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଲେ*ଆଜି ପୁରୀ ପୋଲିସ ପକ୍ଷରୁ ଟାଉନ ଥାନା କନଫରେନ୍ସ ହଲ ରେ ଏକ ବିଶେଷ ସଚେତନତା ସଭା ଆୟୋଜିତ ହୋଇଥିଲା ଯାହାର ଅଧ୍ୟକ୍ଷତା ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ କରିଥିଲେ।ଏହି ସଭାରେ ସେହି ସମସ୍ତ ଅପ୍ରାପ୍ତବୟସ୍କ ଶିଶୁମାନେ ଯେଉଁମାନେ ପୂର୍ବରୁ କିଛି ଅପରାଧରେ ଜଡିତ ହୋଇଥିଲେ ଓ ଆଇନଗତ ଶାସନ ପାଇଥିଲେ, କିନ୍ତୁ ବର୍ତ୍ତମାନ ସଠିକ୍ ପଥରେ ଫେରି ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି, ସେମାନଙ୍କୁ ଡାକି ସହସ୍ପର୍ଶୀ ଆଲୋଚନା ହୋଇଥିଲା।ଏହି ସଭାରେ ଏସ୍ପି ପୁରୀ ଶ୍ରୀ ସିଂ ସେମାନଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ, ପାଠପଢା ଓ ସମାଜରେ ସୁପଥରେ ଚାଲିବା ପାଇଁ ସଂକଳ୍ପ କରାଇଥିଲେ ଓ ସଙ୍କଳ୍ପକୁ ସ୍ୱାଗତ କଲେ। ସେ ସଭାରେ ସମସ୍ତ ଶିଶୁଙ୍କ ଅଭିଭାବକମାନଙ୍କୁ ମଧ୍ୟ ଡାକି ସଚେତନ କଲେ ଯେ ସେମାନେ ନିଜ ସନ୍ତାନଙ୍କ ଆଚରଣ ଉପରେ ନିରନ୍ତର ନଜର ରଖନ୍ତୁ ଓ ସେମାନଙ୍କୁ ଶିକ୍ଷା, କ୍ରୀଡ଼ା ଓ ଭଲ କାର୍ଯ୍ୟରେ ଅଗ୍ରସର କରାନ୍ତୁ।SP ପୁରୀ କହିଲେ — “ଶିଶୁମାନେ ଆମ ସମାଜର ଭବିଷ୍ୟତ୍। କେବେ କେବେ ଭୁଲ ସଙ୍ଗ ଓ ପରିସ୍ଥିତି ସେମାନଙ୍କୁ ଅପରାଧ ପଥରେ ନେଇଯାଏ। କିନ୍ତୁ ଯଦି ସମୟରେ ଠିକି ମର୍ଗଦର୍ଶନ ଓ ସମର୍ଥନ ମିଳେ, ସେମାନେ ନିଶ୍ଚୟ ନୂତନ ଜୀବନ ଗଢ଼ିପାରିବେ।”ସଭାରେ ଅତିରିକ୍ତ ଏସ୍ପି ଶ୍ରୀ ସୌମ୍ୟରଂଜନ ମଲ୍ଲିକ, କୁମ୍ଭାରପଡା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ, ତାଳବଣିଆ ଥାନା ଅଧିକାରୀ ଶ୍ରୀମନ୍ତୀ ଗୀତାଞ୍ଜଳି ନାୟକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେମାନେ ଜୁଭେନାଇଲ୍ ଶିଶୁମାନଙ୍କ ପୁନର୍ଜୀବନ, ଶିକ୍ଷା ସହାୟତା ସୁଯୋଗ ସମ୍ପର୍କରେ ଆଲୋଚନା କଲେ।ପୁରୀ ଏସ୍ପି ସମସ୍ତ ଶିଶୁମନଙ୍କୁ ଭବିଷ୍ୟତ ଗଡ଼ିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଲେଏସ୍ପି ପୁରୀ ଶ୍ରୀ ସିଂ ସେମାନଙ୍କ ପାଇଁ ଆଗାମୀ ଦିନରେ କ୍ୟାରିଅର କଉନସେଲିଂ, ମୋଟିଭେସନାଲ୍ ଶିବିର ଓ ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରସ୍ତାବ ରଖିଲେ। ସେ ଅଭିଭାବକମାନଙ୍କୁ ନିୟମିତ ଭାବରେ ପୋଲିସ ସହିତ ସମ୍ପର୍କ ରଖିବାକୁ ଅନୁରୋଧ କଲେ ଯାହାଦ୍ୱାରା ସେମାନଙ୍କ ସନ୍ତାନଙ୍କ ସୁଭବିଷ୍ୟତ ନିଶ୍ଚିତ ହେବ।ପୁରୀ ପୋଲିସ ପକ୍ଷରୁ ଏହି ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଚାଲିବ।
